• Skip to Content
  • Sitemap
  • Advance Search
Economy

ଜିଏସଟି ସଂସ୍କାର-୨୦୨୫: ଲାଭବାନ ହେବ ମଣିପୁରର ଅର୍ଥନୀତି

Posted On: 10 OCT 2025 10:32 AM

ପ୍ରମୁଖ ବିନ୍ଦୁ

    • ପ୍ରତିଶତ ଜିଏସ୍‍ଟି ମଣିପୁରର ହସ୍ତତନ୍ତର ସୁଲଭତା ଏବଂ ବିଶ୍ୱସ୍ତରୀୟ ଆକର୍ଷଣକୁ ବୃଦ୍ଧି କରିଛି; ଏଥିରେ ୨.୫  ଲକ୍ଷ ବୁଣାକାର ଉପକୃତ ହେବେ
    • ଶସ୍ତା ହସ୍ତଶିଳ୍ପରୁ ୧.୨ ଲକ୍ଷ କାରିଗର ଲାଭ ପାଇବେ; ଏସଏଚଜି ଏବଂ ଏସଏମଇ ପାଇଁ ୫ ପ୍ରତିଶତ ଜିଏସ୍‍ଟି    ଅଭିବୃଦ୍ଧି ଆଶା ସୃଷ୍ଟି କରିଛି
    • ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ ୧.୫ ଲକ୍ଷ ଶ୍ରମିକ ଜିଏସ୍‍ଟି ହ୍ରାସ ସହିତ ଅଧିକ ଚାହିଦା ଏବଂ ଭଲ ଆୟ ପାଇବେ
    • ୧ ଲକ୍ଷରୁ ଅଧିକ ଦୁଗ୍ଧ ଉତ୍ପାଦକଙ୍କଠାରୁ ଆରମ୍ଭ କରି ୧୦ ହଜାର କଫି ଚାଷୀଙ୍କ ଯାଏ ଜିଏସ୍‍ଟି ହ୍ରାସ ସମସ୍ତଙ୍କୁ ଲାଭ ଦେବା ସହ ବଜାର ପହଞ୍ଚରେ ସୁଧାର ଆଣିବ

 

ନୂତନ ଜିଏସଟି ସଂସ୍କାରଗୁଡ଼ିକ କ୍ଷୁଦ୍ର ବ୍ୟବସାୟୀ ଏବଂ ବ୍ୟବସାୟ ସମେତ ସମସ୍ତଙ୍କ ପାଇଁ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି ଏବଂ ବ୍ୟବସାୟ କରିବାର ସହଜତାକୁ ଉନ୍ନତ କରିବା ଲକ୍ଷ୍ୟ ରଖିଛି। କ୍ଷୁଦ୍ର ଶିଳ୍ପ, ପାରମ୍ପରିକ ହସ୍ତଶିଳ୍ପ ତଥା କୃଷି-ଭିତ୍ତିକ ଜୀବୀକାକୁ ଭିତ୍ତି କରିଥିବା  ମଣିପୁରର ଅର୍ଥନୀତି ଏହି ସଂସ୍କାରରୁ ଯଥେଷ୍ଟ ଲାଭ ପାଉଛି। ଉଖରୁଲ ଏବଂ ସେନାପତିର ଉଚ୍ଚଭୂମିରେ କଫି ଚାଷ ଠାରୁ ଆରମ୍ଭ କରି ଚୁରାଚାନ୍ଦପୁର ଏବଂ ଇମ୍ଫାଲରେ ବାଉଁଶ ହସ୍ତଶିଳ୍ପ ଏବଂ ପଥର ଖୋଦେଇ ହସ୍ତଶିଳ୍ପ ପର୍ଯ୍ୟନ୍ତ, ରାଜ୍ୟର ବିବିଧ ଅର୍ଥନୈତିକ କାର୍ଯ୍ୟକଳାପ ମୁଖ୍ୟତଃ ଆଞ୍ଚଳିକ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ହୁଏ। ଇନପୁଟ୍ ଖର୍ଚ୍ଚ ହ୍ରାସ କରି ଏବଂ ଚାହିଦାକୁ ଉତ୍ସାହିତ କରି ଥିବା ଏହି ସଂସ୍କାରଗୁଡ଼ିକ ମଣିପୁରର ଅନନ୍ୟ ଉତ୍ପାଦଗୁଡ଼ିକୁ ଘରୋଇ ଏବଂ ବିଶ୍ୱ ବଜାରରେ ଅଧିକ ପ୍ରତିଯୋଗିତାମୂଳକ କରିବା ଲକ୍ଷ୍ୟ ରଖିଛି।

ଏହା ବ୍ୟତୀତ, ଏହି ସଂସ୍କାରଗୁଡ଼ିକ କାର୍ଯ୍ୟକାରୀ ହେବା  ଦ୍ୱାରା ମଣିପୁରର କାରିଗର ଓ ବ୍ୟବସାୟୀମାନେ ଭାରତର ବର୍ଦ୍ଧିତ ଅର୍ଥନୀତିରେ ଯୋଗଦାନ ଦେବା ସହିତ ପାରମ୍ପରିକ ଜୀବିକା ସଂରକ୍ଷଣ ପାଇଁ ସ୍ଥାନୀୟ ସମ୍ପ୍ରଦାୟକୁ ସଶକ୍ତ କରିବେ ବୋଲି ଆଶା କରାଯାଉଛି।

 

 

ନୂତନ ବ୍ୟବସ୍ଥାରେ ପ୍ୟାକେଜ୍ କଫି ଉପରେ ଜିଏସ୍‍ଟି ୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହାଦ୍ୱାରା ମଣିପୁରର କଫି ଶିଳ୍ପରେ ଯଥେଷ୍ଟ ଆଶ୍ୱସ୍ତି ଆସିଛି। ଉଖରୁଲ, ସେନାପତି ଏବଂ ଚାଣ୍ଡେଲ ଭଳି ଜିଲ୍ଲା କଫି ଚାଷ ପାଇଁ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ ପରିଚିତ, ବିଶେଷକରି ଉଚ୍ଚମାନର ଆରାବିକା କିସମ  କଫି ପାଇଁ ଏହି ଅଞ୍ଚଳର  ସ୍ୱତନ୍ତ୍ର ପରିଚୟ ରହିଛି। । ପ୍ରାୟ ୧୦ ହଜାର ଚାଷୀ କଫି ଚାଷରେ ନିୟୋଜିତ ଅଛନ୍ତି। ନୂତନ ବ୍ୟବସ୍ଥା ତାଙ୍କୁ ପ୍ରକ୍ରିୟାକରଣ, ପ୍ୟାକେଜିଂ ଏବଂ ବଣ୍ଟନ ନେଟୱାର୍କରେ ଅତିରିକ୍ତ ନିଯୁକ୍ତି ସୃଷ୍ଟି କରିବାରେ ସହାୟକ ହେବ।

ସଂଶୋଧିତ ହାର ଗ୍ରାହକ ଏବଂ ଉତ୍ପାଦକ ଉଭୟଙ୍କ ପାଇଁ ଖର୍ଚ୍ଚ ହ୍ରାସ କରିବ, ସୁଲଭତାରେ ଉନ୍ନତି ଆଣିବ ଏବଂ ଚାହିଦାକୁ ଉତ୍ସାହିତ କରିବ। ଏହା ଘରୋଇ ଏବଂ ରପ୍ତାନି ବଜାରରେ ଲାଭ ବୃଦ୍ଧି ଏବଂ ପ୍ରତିଯୋଗିତାକୁ ସୁଦୃଢ଼ ​​କରିବ ବୋଲି ମଧ୍ୟ ଆଶା କରାଯାଉଛି। ଏହା ବ୍ୟତୀତ, ସଂସ୍କାରଗୁଡ଼ିକ ଜୈବିକ ଏବଂ ସ୍ଥାୟୀ କୃଷି ପଦ୍ଧତି ଗ୍ରହଣକୁ ଉତ୍ସାହିତ କରିବ।

ମଣିପୁରର ବାଉଁଶ ଏବଂ ବେତ କାରିଗରୀ ପାରମ୍ପାରିକ ଭାବରେ ଚୁରାଚାନ୍ଦପୁର, ଉଖରୁଲ ଏବଂ ତାମେଙ୍ଗଲଙ୍ଗର କୁଶଳୀ ସମ୍ପ୍ରଦାୟ ଦ୍ୱାରା ତିଆରି କରାଯାଏ। ପ୍ରାୟ ୧ଲକ୍ଷ ୨୦ ହଜାର କାରିଗରଙ୍କ ଦ୍ୱାରା , ଏହି କ୍ଷେତ୍ର ଗ୍ରାମୀଣ ପରିବାରକୁ ପରିପୂରକ ଆୟ ପ୍ରଦାନ କରିଥାଏ।

ଫର୍ନିଚର, ଟୋକେଇ, ମ୍ୟାଟ୍ ଏବଂ ଅନ୍ୟାନ୍ୟ କାଠ କାରିଗରୀ ଉପରେ ଜିଏସ୍‍ଟି ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଦ୍ୱାରା, ସିଧାସଳଖ ଉତ୍ପାଦ ମୂଲ୍ୟ ହ୍ରାସ ପାଇବ ଏବଂ ସହରାଞ୍ଚଳ ଏବଂ ଗ୍ରାମାଞ୍ଚଳ ଉଭୟ ବଜାରରେ ଚାହିଦାକୁ ଉତ୍ସାହିତ କରିବ। ଏହି ସଂସ୍କାରଗୁଡ଼ିକ କାରିଗରୀ କ୍ଷେତ୍ରରେ ଏସଏମଇ ଏବଂ ଏସଏଚଜି ଗୁଡ଼ିକୁ ମଧ୍ୟ ମଜବୁତ କରିବ।

 

ଫାନେକ, ଇନ୍ନାଫି ଏବଂ ରାଣୀ ଭଳି ହସ୍ତତନ୍ତ ବସ୍ତ୍ର ମୁଖ୍ୟତଃ ଇମ୍ଫାଲ, ଥୌବାଲ, ବିଷ୍ଣୁପୁର ଏବଂ ସେନାପତିର ଆଞ୍ଚଳିକ ସମ୍ପ୍ରଦାୟର ମହିଳା କାରିଗରଙ୍କ ଦ୍ୱାରା ତିଆରି କରାଯାଏ। ଏହି କାରିଗରୀ କେବଳ ପାରମ୍ପରିକ ବୟନ ପ୍ରଥାକୁ ବଜାୟ ରଖିଛି ତା’ ନୁହେଁ, ବରଂ ପ୍ରାୟ  ଅଢ଼େଇ ଲକ୍ଷ ବୁଣାକାରଙ୍କୁ ସ୍ଥିର ଆୟ ମଧ୍ୟ ପ୍ରଦାନ କରିଥାଏ।

ହସ୍ତତନ୍ତ ବସ୍ତ୍ର ଉପରେ ୧୨ ପ୍ରତିଶତରୁ ୫ ପ୍ରତିଶତ ଜିଏସ୍‍ଟି ହ୍ରାସ କରିବା ଦ୍ୱାରା ଗ୍ରାହକମାନଙ୍କୁ ଏହା ଆପଣାଇବାରେ ଅଧିକ ସହାୟକ ହେବ। କାରିଗରମାନଙ୍କ ପାଇଁ ବଜାର ପ୍ରତିଯୋଗିତା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି। ଏହି ସଂସ୍କାରଗୁଡ଼ିକ ମଣିପୁରର ହସ୍ତତନ୍ତ ଉତ୍ପାଦଗୁଡ଼ିକର ବିଶ୍ୱସ୍ତରୀୟ ଆକର୍ଷଣକୁ ବୃଦ୍ଧି କରିବ ଏବଂ ମଣିପୁରର ପାରମ୍ପରିକ ବୟନ କୌଶଳକୁ ସଂରକ୍ଷଣ କରିବାରେ ମଧ୍ୟ ସାହାଯ୍ୟ କରିବ।

ପଥର ଖୋଦେଇ ଏବଂ ମୂର୍ତ୍ତିକଳା କ୍ଷେତ୍ରରେ ଦକ୍ଷତା ପାଇଁ ପ୍ରସିଦ୍ଧ ସମ୍ପ୍ରଦାୟଗୁଡ଼ିକର କେନ୍ଦ୍ରସ୍ଥଳ ହେଉଛି ଇମ୍ଫାଲ, ଚୁରାଚାନ୍ଦପୁର ଏବଂ ଉଖ୍ରଳ ଅଞ୍ଚଳ। ପ୍ରାୟ ୫୦ ହଜାର କାରିଗର ଏହି ପାରମ୍ପରିକ ହସ୍ତଶିଳ୍ପରେ ନିୟୋଜିତ ଅଛନ୍ତି।

ସିରାମିକ୍ ଟେବୁଲୱାୟାର ଉପରେ ୧୨ ପ୍ରତିଶତରୁ ୫ ପ୍ରତିଶତ ଜିଏସଟି ହ୍ରାସ କରିବା ଦ୍ୱାରା କଞ୍ଚାମାଲ  ମୂଲ୍ୟ ଯଥେଷ୍ଟ ହ୍ରାସ ପାଇଛି। ଏହି ଶୁଳ୍କ ରିହାତି ମଣିପୁରର ପଥର ଉତ୍ପାଦଗୁଡ଼ିକର ସୁଲଭତା ଏବଂ ବିଶ୍ୱସ୍ତରୀୟ ପ୍ରତିଯୋଗିତାକୁ ବଢ଼ାଇବ। ଏହି ସଂସ୍କାରଗୁଡ଼ିକ ପାରମ୍ପରିକ ଖୋଦନ କୌଶଳର ସଂରକ୍ଷଣ ଏବଂ ପ୍ରୋତ୍ସାହନକୁ ମଧ୍ୟ ସମର୍ଥନ କରେ, ଯାହା ନିଶ୍ଚିତ କରେ ଯେ ରାଜ୍ୟର ସମୃଦ୍ଧ କାରିଗର ଐତିହ୍ୟ ବୃଦ୍ଧି ପାଇବ।

ଇମ୍ଫାଲ, ସେନାପତି ଏବଂ ଚାନ୍ଦେଲ ଜିଲ୍ଲାରେ କେନ୍ଦ୍ରିତ, ମଣିପୁରର ପ୍ରକ୍ରିୟାକୃତ ଖାଦ୍ୟ ଶିଳ୍ପ ଅନେକ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀ ଦ୍ୱାରା ପରିଚାଳିତ ହୋଇଥାଏ। ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ପ୍ରାୟ ଦେଢ଼ ଲକ୍ଷ ଶ୍ରମିକ ନିଯୁକ୍ତ ଥିବାରୁ, ଏହି କ୍ଷେତ୍ରରେ ଉତ୍ପାଦନ ଏବଂ ପ୍ୟାକେଜିଂରେ ଗ୍ରାମୀଣ ମହିଳାମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅଂଶଗ୍ରହଣ ଦେଖିବାକୁ ମିଳୁଛି।

ଅଚାର, ବାଉଁଶ କୋଡ଼ା, କିଣ୍ମେତ ଖାଦ୍ୟ, ପନିପରିବା ପ୍ରସ୍ତୁତି ଇତ୍ୟାଦି ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଉପରେ ଜିଏସ୍‍ଟି ପରିମାଣ  ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରିବା ଉତ୍ପାଦକ ଏବଂ ଗ୍ରାହକଙ୍କ ପାଇଁ ଏକ ପ୍ରମୁଖ ପ୍ରୋତ୍ସାହନ। କମ ଟିକସ ହାର ଉତ୍ପାଦ ମୂଲ୍ୟ ହ୍ରାସ କରିବା ସହ ବଜାର ପହଞ୍ଚିକୁ ସୁଲଭ କରିବ।

ଇମ୍ଫାଲ, ଥୌବାଲ ଏବଂ ବିଷ୍ଣୁପୁର ଜିଲ୍ଲାରେ, ଦୁଗ୍ଧ ଚାଷ ମୁଖ୍ୟତଃ କ୍ଷୁଦ୍ର ଗ୍ରାମୀଣ ଏବଂ ଆଦିବାସୀ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ହୁଏ, ଯାହା ୧ ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଏବଂ ସମବାୟ ସଦସ୍ୟଙ୍କୁ ନିଯୁକ୍ତି ଦେଇଥାଏ। ଘିଅ, ବଟର, ପନିର ଏବଂ ପନିର ଉପରେ ଜିଏସ୍‍ଟି ପରିମାଣ ୫ ପ୍ରତିଶତକୁ ହ୍ରାସ  କରାଯିବା ଦ୍ୱାରା ଅତ୍ୟାବଶ୍ୟକ ଦୁଗ୍ଧ ଉତ୍ପାଦକୁ ଅଧିକ ସୁଲଭ କରି ଗ୍ରାହକମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛି।

ସଂଶୋଧିତ ହାର ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବ ବୋଲି ମଧ୍ୟ ଆଶା କରାଯାଉଛି। ଏହା ଚାଷୀ ଏବଂ ସମବାୟ ପାଇଁ ଲାଭ ହାରକୁ ଉନ୍ନତ କରିବ, ଘରୋଇ ଏବଂ ରପ୍ତାନି ବଜାରରେ ସେମାନଙ୍କର ପ୍ରତିଯୋଗିତାକୁ ବୃଦ୍ଧି କରିବ।

ସଂଶୋଧିତ ଜିଏସ୍‍ଟି  ହାର ସମଗ୍ର ଭାରତରେ ଆର୍ଥିକ ସଂସ୍କାର ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଅତ୍ୟାବଶ୍ୟକ ଏବଂ ମୂଲ୍ୟଯୁକ୍ତ କ୍ଷେତ୍ରଗୁଡ଼ିକ ଉପରେ ଟିକସ ବୋଝକୁ ହାଲୁକା କରି, ଏହି ପରିବର୍ତ୍ତନଗୁଡ଼ିକ ଉତ୍ପାଦନ, ସୁଲଭତା ଏବଂ ବଜାର ପ୍ରତିଯୋଗିତାକୁ ବୃଦ୍ଧି କରିବାକୁ ସ୍ଥିର କରାଯାଇଛି। ମଣିପୁର ଭଳି ଛୋଟ କିନ୍ତୁ ଉଚ୍ଚ-ସମ୍ଭାବ୍ୟ ରାଜ୍ୟ ପାଇଁ, ଜିଏସ୍‍ଟି ସହସ୍କାରର ପ୍ରଭାବ ବିଶେଷ ଭାବରେ ଅର୍ଥପୂର୍ଣ୍ଣ ହେବା ସହ ସ୍ଥାନୀୟ ଚାଷୀ, କାରିଗର ଏବଂ ଉଦ୍ୟୋଗୀମାନଙ୍କୁ ସଶକ୍ତ କରୁଛି।

ଏହା ସହିତ, ଏହି ଜିଏସଟି ସଂସ୍କାରଗୁଡ଼ିକ ଏକ ସନ୍ତୁଳିତ ଏବଂ ଅନ୍ତର୍ଭୁକ୍ତ ଅଭିବୃଦ୍ଧିକୁ ସମର୍ଥନ କରେ ଏବଂ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକୁ ଦେଶର ଅର୍ଥନୀତିରେ ଅଧିକ ଦୃଢ଼ ଅବଦାନ ଦେବା ପାଇଁ ସଶକ୍ତ କରିଥାଏ।

 

***

/HP

(Factsheet ID: 150379) Visitor Counter : 2


Provide suggestions / comments
Link mygov.in
National Portal Of India
STQC Certificate