• Skip to Content
  • Sitemap
  • Advance Search
Economy

ଜିଏସ୍‌ଟି ହ୍ରାସ ଅରୁଣାଚଳ ପ୍ରଦେଶର ଚାଷୀ, ହସ୍ତଶିଳ୍ପୀ ଓ ଏମ୍‌ଏସ୍‌ଏମ୍ଇକୁ ସଶକ୍ତ କରିଛି ଜଏप्रमुख बिंदु

Posted On: 09 OCT 2025 12:07 AM

 

 

ପ୍ରମୁଖ ବିନ୍ଦୁ 

ଅରୁଣାଚଳ ପ୍ରଦେଶରେ ପ୍ରମୁଖ କୃଷି, ଉଦ୍ୟାନକୃଷି, ପ୍ରକ୍ରିୟାକୃତ ଓ ହସ୍ତଶିଳ୍ପୀମାନଙ୍କ ଉତ୍ପାଦ ଉପରେ ଜିଏସ୍‌ଟି ୧୨-୧୮ ପ୍ରତିଶତରୁ ୫କୁ ପ୍ରତିଶତକୁ ହ୍ରାସ ପାଇଛି। ଏହା ଦ୍ୱାରା ଏସବୁ ସାମଗ୍ରୀର ଦର ୬ରୁ ୧୧ ପ୍ରତିଶତ ପର୍ଯ୍ୟନ୍ତ କମିଛି। ଫଳରେ ସିଧାସଳଖ ଭାବେ ଉତ୍ପାଦକଙ୍କ ଲାଭ ବଢ଼ିଛି।     

ଅରୁଣାଚଳ ପ୍ରଦେଶର ମୋଟ ଜନସଂଖ୍ୟାର ୭୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭର କରନ୍ତି। ଜିଏସ୍‌ଟି ହ୍ରାସ ଯୋଗୁଁ ଅରୁଣାଚଳ ପ୍ରଦେଶର କମଳା, କିୱି, ଆଦି କେକିର ଅଦା ପରି ସାମଗ୍ରୀ ଆହୁରି ଶସ୍ତା ହୋଇଛି। ଏହା ସହିତ ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ଏହି ସବୁ ସାମଗ୍ରୀ ଅଧିକ ପ୍ରତିଯୋଗିତା କରିପାରିବେ।  

ବିସ୍କୁଟ ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ହ୍ରାସ ପାଇ ୫ ପ୍ରତିଶତ ହୋଇଥିବାରୁ ଏହା ୧୧ ପ୍ରତିଶତ ଶସ୍ତା ହୋଇଛି। ସେହିପରି ଆଚାର ୭ ପ୍ରତିଶତ ଶସ୍ତା ହୋଇଛି। 

ଉପକ୍ରମ 

ଏଇ ନିକଟରେ କରାଯାଇଥିବା ଜିଏସ୍‌ଟି ସଂସ୍କାର ଯୋଗୁଁ ଅତ୍ୟାବଶ୍ୟକ ସାମଗ୍ରୀ ଓ ସେବା ଉପରୁ କର ଉଲ୍ଲେଖନୀୟ ଭାବେ କମିଛି। ଫଳରେ ଏହି ସବୁ ସାମଗ୍ରୀ ଉପଭୋକ୍ତାଙ୍କ ପାଇଁ ଅଧିକ ଶସ୍ତା ହୋଇଛି। ପ୍ରମୁଖ କ୍ଷେତ୍ରରେ ନିବେଶ ଖର୍ଚ୍ଚ ହ୍ରାସ କରି ଉପଭୋକ୍ତାଙ୍କ ମଧ୍ୟରେ ଚାହିଦା ବୃଦ୍ଧି କରିବାକୁ, ଘରୋଇ ଉଦ୍ୟୋଗଗୁଡ଼ିକ ମଧ୍ୟରେ ପ୍ରତିଯୋଗିତାକୁ ବୃଦ୍ଧି କରିବାକୁ ଏହି ସଂସ୍କାର ଲକ୍ଷ୍ୟ ରଖିଛି। ଫଳରେ ଏହା ଏମିତି ପ୍ରଭାବ ସୃଷ୍ଟି କରିବ, ଯାହା ଦ୍ୱାରା କି ସାମଗ୍ରିକ ଆର୍ଥିକ ବିକାଶକୁ ଗତି ପ୍ରଦାନ କରିବ। ଭାରତର ସବୁଠୁ ଦୂରବର୍ତ୍ତୀ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶ ମଧ୍ୟ ଏହି ସଂସ୍କାରର ଲାଭାନ୍ୱିତ ହେବାକୁ ଯାଉଛି।      

ଟ୍ୟାକ୍ସ ହ୍ରାସ ଅରୁଣାଚଳ ପ୍ରଦେଶର ବିକାଶର ପ୍ରାଥମିକତା ଯଥା-କୃଷି ଭିତ୍ତିଭୂମିକୁ ମଜଭୁତ କରିବାକୁ ଓ ସାମାଜିକ-ଆର୍ଥିକ ପ୍ରଗତିକୁ ଆଗକୁ ନେବାରେ ସାହାଯ୍ୟ କରିବ। ଏଠାକାର ୭୦ ପ୍ରତିଶତରୁ ଅଧିକ ଲୋକ କୃଷି ଉପରେ ନିର୍ଭରଶୀଳ ହୋଇଥିବା ବେଳେ ଘରୋଇ ତଥା ଅନ୍ତର୍ଜାତୀୟ ସ୍ତରରେ ରାଜ୍ୟର ପାରମ୍ପରିକ ହସ୍ତଶିଳ୍ପରେ ବେଶ୍ ଚାହିଦା ରହିଛି। ଏହା ଛଡ଼ା ଅନ୍ୟ ପ୍ରମୁଖ କ୍ଷେତ୍ର ମଧ୍ୟରେ ରହିଛି ବେତ ଓ ବାଉଁଶ ଶିଳ୍ପ, କାଠ ଶିଳ୍ପ ଓ ଉଦ୍ୟାନ କୃଷି। ଜିଏସ୍‌ଟିରେ କରାଯାଇଥିବା ସଂସ୍କାର ଏହି ପ୍ରମୁଖ କ୍ଷେତ୍ରକୁ ଅଧିକ ଶସ୍ତା କରି ଚାହିଦାକୁ ଆହୁରି ବୃଦ୍ଧି କରିବ, ବଜାର ଉପଲବ୍‌ଧତାକୁ ଆହୁରି ବ୍ୟାପକ କରିବା ସହିତ ରପ୍ତାନୀ ବୃଦ୍ଧି କରିବ ଓ ଅରୁଣାଚଳ ପ୍ରଦେଶର ସାମଗ୍ରିକ ଆର୍ଥିକ ବିକାଶକୁ ଆହୁରି ଦ୍ରୁତ କରିବ।   

କୃଷି ଓ ଉଦ୍ୟାନକୃଷି (ଫଳ ଓ ଶସ୍ୟ)

ଅରୁଣାଚଳ ପ୍ରଦେଶ ହେଉଛି ଭାରତର ଉତ୍ତର-ପୂର୍ବାଞ୍ଚଳର ସବୁଠୁ ବଡ଼ ରାଜ୍ୟ। ଏହା ହେଉଛି କୃଷି ପ୍ରଧାନ ରାଜ୍ୟ। ପ୍ରାକୃତିକ ସମ୍ବଳ ଓ ବିବିଧ କୃଷି ଜଳବାୟୁ କ୍ଷେତ୍ରରେ ଏହି ରାଜ୍ୟ ବେଶ୍ ସମୃଦ୍ଧ। କୃଷି ହେଉଛି ରାଜ୍ୟର ସାମାଜିକ-ଆର୍ଥିକ ବିକାଶ ରଣନୀତିର ଭିତ୍ତିପ୍ରସ୍ତର। ପ୍ରମୁଖ କୃଷି ଓ ଉଦ୍ୟାନକୃଷିଜାତ ସାମଗ୍ରୀ ଉପରେ କିଛି ଦିନ ତଳେ ଜିଏସ୍‌ଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ଦ୍ୱାରା ରାଜ୍ୟର ବିଭିନ୍ନ ସାମଗ୍ରୀ ଘରୋଇ ତଥା ଅନ୍ତର୍ଜାତୀୟ ବଜାରରେ ଶସ୍ତା ଓ ପ୍ରତିଯୋଗିତାମୂଳକ ହୋଇ ଯାଇଛି। ଏହି କର ରିହାତି ଯେ କେବଳ ଉତ୍ପାଦନ ଓ ମାର୍କେଟିଂ ଖର୍ଚ୍ଚକୁ କମ୍ କରିଛି ତାହା ନୁହେଁ, ବରଂ ଏହା ଦ୍ୱାରା ଆହୁରି ଚାହିଦା ବଢ଼ିବ। ଏହା ସହିତ ବିକ୍ରି ଓ ରପ୍ତାନୀ କ୍ଷମତା ମଧ୍ୟ ବୃଦ୍ଧି ପାଇବ। ଏହା ଦ୍ୱାରା ଅରୁଣାଚଳ ପ୍ରଦେଶର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ କୁହାଯାଉଥିବା ଚାଷୀଙ୍କୁ ସିଧାସଳଖ ଲାଭ ମିଳିଛି। 

ଅରୁଣାଚଳର କମଳା ଓ ପ୍ରକ୍ରିୟାକୃତ ସାମଗ୍ରୀ 

ଅରୁଣାଚଳର ଓ୍ୱାକ୍ରୋ (ଲୋହିତ), ଡମ୍ୱୁକ (ନିମ୍ନ ଦିବାଙ୍ଗ), ପୂର୍ବ ସିୟାଙ୍ଗ ଓ ତଓ୍ୱାଙ୍ଗ ପରି ଅଞ୍ଚଳରେ ଜିଆଇ ଟ୍ୟାଗ୍ ମିଳିଥିବା ଅରୁଣାଚଳ କମଳା ଚାଷ ହୋଇଥାଏ। ଏହି ଅରୁଣାଚଳ କମଳା ଉଚ୍ଚ ଟିଏସ୍‌ଏସ୍‌ ଓ ଅମ୍ଲତା ଯୋଗୁଁ ନିଜର ସ୍ୱତନ୍ତ୍ର ଖଟା ମିଠା ସ୍ୱାଦ ପାଇଁ ବେଶ୍ ପ୍ରସିଦ୍ଧ। ଏହାକୁ ପ୍ରକ୍ରିୟାକରଣ କରାଯାଇ ଶୁଖିଲା ଖଟା ଫଳ, ଜୁସ୍ ଓ ଜାମ୍‌/ଜେଲି ମଧ୍ୟ ପ୍ରସ୍ତୁତ କରାଯାଏ। ୧୫,୯୭୧ ହେକ୍ଟର ଧରି ବ୍ୟାପଥିବା କମଳା କ୍ଷେତ ଉପରେ ୩୦ ହଜାରରୁ ୪୦ ହଜାର ପରିବାର ନିର୍ଭର କରନ୍ତି। ୨୦୨୨-୨୩ରେ ଏଥିରୁ ୬୨, ୬୩୩ ମିଲିୟନ ଟନ୍ କମଳା ଉତ୍ପାଦିତ ହୋଇଥିଲା ଯାହାର କ୍ଷେତ ମୂଲ୍ୟ ପ୍ରାୟ ୫୦୧ କୋଟି ଟଙ୍କା। ରୋଗପୋକ, ଶ୍ରମିକଙ୍କ ଅଭାବ ଓ ଶୀତଳ ଭଣ୍ଡାରର ଅଭାବ ସତ୍ତ୍ୱେ ଏହା ହଜାର ହଜାର ଆଦିବାସୀ ପରିବାରର ପ୍ରମୁଖ ଜୀବୀକା ପାଲଟିଛି।  

ପ୍ରଥମ ଥର ପାଇଁ ୨୦୧୮ରେ ଦୁବାଇକୁ ୧ ଏମ୍‌ଟି କମଳା ପଠାଇ ରପ୍ତାନୀ ଆରମ୍ଭ କରାଯାଇଥିଲା। ଏପିଇଡିଏ (କୃଷି ଓ ପ୍ରକ୍ରିୟାକୃତ ଖାଦ୍ୟ ଉତ୍ପାଦ ରପ୍ତାନୀ ଉନ୍ନୟନ କର୍ତ୍ତୃପକ୍ଷ) ୟୁଏଇ, ଭୁଟାନ ଓ ଆସିଆନ୍ ଦେଶ ସମୂହକୁ ( ଆସିଆନ୍ ହେଉଛି ଦକ୍ଷିଣ ପୂର୍ବ ଦେଶଗୁଡ଼ିକର ସଂଘ। ବର୍ତ୍ତମାନ ଏହାର ସଦସ୍ୟ ଅଛନ୍ତି ବ୍ରୁନେଇ, କାମ୍ୱୋଡିଆ, ଇଣ୍ଡୋନେସିଆ, ଲାଓସ୍, ମାଲେସିଆ, ମିଆଁମାର, ଫିଲିପାଇନ୍ସ, ସିଙ୍ଗାପୁର, ଥାଇଲାଣ୍ଡ ଓ ଭିଏତନାମ୍) ରପ୍ତାନୀ କରିବାରେ ପ୍ରୋତ୍ସାହିତ କରିଥାଏ।  

ଜୁସ୍ ଓ ଜାମ୍ ଉପରେ ଜିଏସ୍‌ଟି ୧୨ ପ୍ରତିଶତରୁ ହ୍ରାସ ପାଇ ୫ ପ୍ରତିଶତ ହୋଇଛି। ଏହା ଦ୍ୱାରା ଏସବୁ ସାମଗ୍ରୀର ଦାମ୍ ପ୍ରାୟ ୬.୫ ପ୍ରତିଶତ କମିଛି। (୧୦୦ ଟଙ୍କାର ଜୁସ୍ ପାଇଁ ଏବେ ୧୧୨ ଟଙ୍କା ବଦଳରେ ୧୦୫ ଟଙ୍କା ଦେବାକୁ ପଡ଼ିବ।) ଏହା ଦ୍ୱାରା ପ୍ରକ୍ରିୟାକରଣ କରୁଥିବା ବ୍ୟକ୍ତିଙ୍କୁ ସାହାଯ୍ୟ ମିଳିବ, ଅମଳ ପରବର୍ତ୍ତୀ କ୍ଷତି କମିବ ଓ ପ୍ରତିଯୋଗିତା ବଢ଼ିବ। 

ଅରୁଣାଚଳର କିଓ୍ୱି ଓ ପ୍ରକ୍ରିୟାକୃତ ସାମଗ୍ରୀ

ଅରୁଣାଚଳ ପ୍ରଦେଶ ହେଉଛି ଭାରତର ସବୁଠୁ ଅଧିକ କିଓ୍ୱି ଉତ୍ପାଦନ କରୁଥିବା ରାଜ୍ୟ। ସାରା ଦେଶରେ ଯେତେ କିଓ୍ୱି ଉତ୍ପାଦିତ ହୁଏ, ତାର ୫୦ ପ୍ରତିଶରୁ ଅଧିକ କେବଳ ଅରୁଣାଚଳ ପ୍ରଦେଶ ଉତ୍ପାଦନ କରିଥାଏ। ୨୦୨୨-୨୩ରେ ଅରୁଣାଚଳ ପ୍ରଦେଶ ୪୪୯୨ ଏମ୍‌ଟି କିଓ୍ୱି ଉତ୍ପାଦନ କରିଥିଲା (ଏହାର କ୍ଷେତ ମୂଲ୍ୟ ହେଉଛି ୬୭.୪ କୋଟି ଟଙ୍କା)। ଦେଶର ପ୍ରଥମ ପ୍ରାମାଣିକ ଜୈବିକ, ଜିଆଇ ଟ୍ୟାଗ୍ ଯୁକ୍ତ କିଓ୍ୱି ଉତ୍ପାଦନକାରୀ ରାଜ୍ୟ ହେଉଛି ଅରୁଣାଚଳ ପ୍ରଦେଶ। ଏହି କିଓ୍ୱି ମୁଖ୍ୟତଃ ଜିରୋ ଉପତ୍ୟକା (ଲୋୟର ସୁପନସିରି), ପଶ୍ଚିମ କାମେଙ୍ଗ, ତାଓ୍ୱଙ୍ଗ, ସି-ୟୋମି, କାମଲେ ଓ ପାପୁମ ପାରେ ଅଞ୍ଚଳରେ ଚାଷ କରାଯାଏ। ପ୍ରକ୍ରିୟାକୃତ କିଓ୍ୱି ଉତ୍ପାଦ ଯେପରିକି ଜାମ୍, ସଂରକ୍ଷଣକ୍ଷମ ପଦାର୍ଥ ଓ ଫଳରସ ପାଇଁ ଚାଷୀମାନଙ୍କଠାରୁ ସିଧାସଳଖ କିଓ୍ୱି କିଣିଥାଏ ନାରା ଆବା ୱାଇନାରି। କ୍ଷୁଦ୍ର ଆଦିବାସୀ ଚାଷୀ କିଓ୍ୱି ଚାଷ କରନ୍ତି । ସେମାନେ ସମସ୍ତେ ରାଜ୍ୟର କିଓ୍ୱି ମିଶନ ୨୦୨୫ ସହିତ ଜଡ଼ିତ ଅଛନ୍ତି। ଉଲ୍ଲେଖନୀୟ କଥା ହେଲା ଅରୁଣାଚଳ ପ୍ରଦେଶର ଲକ୍ଷ୍ୟ ହେଲା ୧୩ଟି ଜିଲ୍ଲାରେ କିଓ୍ୱି ଚାଷକୁ ସଂପ୍ରସାରିତ କରିବା। ଏହା ହଜାର ହଜାର ପରିବାରକୁ ରୋଜଗାର ପ୍ରଦାନ କରିଥାଏ। ଦୁବାଇରେ ଏପିଡାର ସଫଳ ବଜାର ପରୀକ୍ଷଣରୁ ଜଣାପଡୁଛି ଏହାର ରପ୍ତାନୀ ବୃଦ୍ଧି ହେବାର ସମ୍ଭାବନା ଥିବାର ସଂକେତ ମିଳିଛି।       

କିଓ୍ୱି ଓ ପ୍ରକ୍ରିୟାକୃତ ସାମଗ୍ରୀ ଉପରେ କିଛି ଦିନ ତଳେ ଜିଏସ୍‌ଟି ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରାଯାଇଛି। ଏହା ଦ୍ୱାରା ଏସବୁ ସାମଗ୍ରୀର ଦାମ୍ ପ୍ରାୟ ୬.୫ ପ୍ରତିଶତ କମିଛି। ଫଳରେ ଏଥିରେ ଏମ୍‌ଏସ୍‌ଏମ୍ଇର ଭାଗିଦାରୀ ବଢ଼ିଛି, ସମର୍ଥନ ମୂଲ୍ୟରେ ସହାୟତା ମିଳିଛି ଓ କିଓ୍ୱି ମିଶନ ୨୦୨୫ର ଲକ୍ଷ୍ୟକୁ ଶକ୍ତି ମିଳିଛି। 

ଅଳେଇଚ 

ଅଳେଇଚ ହେଉଛି ପୂର୍ବ ହିମାଳୟ ଅଞ୍ଚଳର ଏକ ପ୍ରମୁଖ ମସଲା। ଏହା ଏକ ମହଙ୍ଗା ଅର୍ଥକାରୀ ଫସଲ। ଅଳେଇଚ ହେଉଛି ଅରୁଣାଚଳ ପ୍ରଦେଶର ମିସ୍‌ମି ଜନଜାତିଙ୍କ ଆର୍ଥିକ ସ୍ଥିତିର ମେରୁଦଣ୍ଡ। ଅଞ୍ଜା (ସର୍ବବୃହତ ଉତ୍ପାଦନକାରୀ ଜିଲ୍ଲା), ପୂର୍ବ ଓ ଉତ୍ତର ସିଆଙ୍ଗ, ସୁବନସିରି, ତିରପ୍ ଓ ଚାଙ୍ଗଲାଙ୍ଗ ଜିଲ୍ଲାରେ ଉତ୍ପାଦିତ ହେଉଥିବା ଅଳେଇଚ ହେଉଛି ହଜାର ହଜାର ଚାଷୀଙ୍କ ରୋଜଗାରର ମୁଖ୍ୟ ମାଧ୍ୟମ। ୨୦୨୧-୨୨ରେ ଅରୁଣାଚଳ ପ୍ରଦେଶରେ ୧୬୯୫ ଏମ୍‌ଟି ଅଳେଇଚ ଉତ୍ପାଦିତ ହୋଇଥିଲା। ଏହାର ମୂଲ୍ୟ ହେଉଛି ପ୍ରାୟ ୨୧୧-୨୩୭ କୋଟି ଟଙ୍କା। ଭାରତ ହେଉଛି ଏହାର ଏକ ପ୍ରମୁଖ ଅନ୍ତର୍ଜାତୀୟ ରପ୍ତାନୀକାରୀ ଦେଶ। ଅନ୍ତର୍ଜାତୀୟ ବଜାରରେ ଅଳେଇଚର ଦାମ ହେଉଛି କିଲୋଗ୍ରାମ ପ୍ରତି ୧୦ରୁ ୧୩ ଆମେରିକୀୟ ଡଲାର।    

ମସଲା ଉପରେ ଜିଏସ୍‌ଟି ୫ ପ୍ରତିଶତ ହିଁ ରଖାଯାଇଛି। ଟ୍ରାକ୍ଟର ଓ ଏହାର ବିଭିନ୍ନ ଯନ୍ତ୍ରାଂଶ ପରି କୃଷି ଉପକରଣ ଉପରେ ଜିଏସ୍‌ଟି ୧୨-୧୮ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ଦ୍ୱାରା ଅଳେଇଚର ଉତ୍ପାଦନ ଖର୍ଚ୍ଚ ୭ରୁ ୧୩ ପ୍ରତିଶତ ହ୍ରାସ ପାଇଛି। ଫଳରେ ଅଳେଇଚ ଚାଷୀଙ୍କ ଆୟରେ ବୃଦ୍ଧି ଘଟିବ। 

 

ଆଦି କେକିର ଅଦା 

ଅରୁଣାଚଳ ପ୍ରଦେଶରେ ଅଦାର ଏକ ଜିଆଇ-ଟ୍ୟାଗ୍‌ଯୁକ୍ତ କିସମ ଆଦି କେକିର ଅଦା ଚାଷ ହୁଏ। ନିଜର ସ୍ୱତନ୍ତ୍ର ଆକାର ଓ ସୁଗନ୍ଧ ପାଇଁ ଏହା ବେଶ୍ ପ୍ରସିଦ୍ଧ। ଏହି ଅଦା ପୂର୍ବ ଓ ଉପର ସିଆଙ୍ଗ ଜିଲ୍ଲାରେ ଅଦା ଚାଷୀଙ୍କ ଦ୍ୱାରା ଉତ୍ପାଦିତ ହୁଏ। ଆଚାର ଓ କ୍ୟାଣ୍ଡି ପ୍ରସ୍ତୁତ କରୁଥିବା ଅନେକ ପରିବାର ଓ ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ରୋଜଗାରର ପ୍ରମୁଖ ସ୍ରୋତ ହେଉଛି ଏହି ଅଦା। ନିଜର ଉତ୍କୃଷ୍ଟ ମାନ ଓ ମୂଲ୍ୟବାନ ସାଂସ୍କୃତିକ ମହତ୍ୱ ପାଇଁ ପରିଚିତ ଏହି ସ୍ଥାନୀୟ ମସଲାର ରପ୍ତାନୀ ସମ୍ଭାବନା ଏବେ ବୃଦ୍ଧି ପାଇଛି। ୨୦୨୪ରେ ମିଳିଥିବା ଜିଆଇ ଟ୍ୟାଗ୍ ଯୋଗୁଁ ମଧ୍ୟ ଏହାର ରପ୍ତାନୀ ସମ୍ଭାବନା ଆହୁରି ବଢ଼ି ଯାଇଛି।     

ଏଇ ନିକଟରେ ଅଦାର ପ୍ରକ୍ରିୟାକୃତ ସାମଗ୍ରୀ ଉପରେ ଜିଏସ୍‌ଟି ହାର ୧୨ ପ୍ରତିଶତରୁ କମ୍ କରି ୫ ପ୍ରତିଶତ କରାଯାଇଛି। ଏହା ଦ୍ୱାରା ଆଚାର ସାମଗ୍ରୀ ପ୍ରାୟ ୭ ପ୍ରତିଶତ ଶସ୍ତା ହୋଇ ଯାଇଛି। ଫଳରେ ଏସ୍‌ଏଚ୍‌ଜି ଓ କ୍ଷୁଦ୍ର ପ୍ରକ୍ରିୟାକାରୀଙ୍କ ଲାଭ ସିଧାସଳଖ ଭାବେ ଆହୁରି ବୃଦ୍ଧି ପାଇବ। 

  

डेयरी उत्पाद- याक चुरपी (पनीर)

ଦୁଗ୍ଧଜାତ ଦ୍ରବ୍ୟ- ୟାକ ଚୁରପୀ (ପନୀର)

ୟାକ ଚୁରପୀ ହେଉଛି ଜିଆଇ-ଟ୍ୟାଗ୍ ପାଇଥିବା ହିମାଳୟ ଅଞ୍ଚଳର ପନୀର। ଅରୁଣାଚଳ ପ୍ରଦେଶର ତଓ୍ୱାଙ୍ଗ ଓ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ୟାକ ପାଳନ କରୁଥିବା ବ୍ରୋକ୍‌ପା ଓ ମୌନପା ସଂପ୍ରଦାୟର ଲୋକ ଏହି ପନୀର ପ୍ରସ୍ତୁତ କରନ୍ତି। ପ୍ରାୟ ୧୨୦୦ ୟାକ ଚରାଳୀ ନିଜର ଆୟ ପାଇଁ ମୁଖ୍ୟତଃ ଏହି ଦୁଗ୍ଧଜାତୀୟ ସାମଗ୍ରୀ ଉପରେ ନିର୍ଭର କରନ୍ତି। ଏହି ପନୀରରେ ଭରପୁର ଭାବେ ପ୍ରୋବାଓଟିକ୍ ଥାଏ। ସ୍ଥାନୀୟ ଲୋକଙ୍କ ଏହା ପ୍ରିୟ ଖାଦ୍ୟ ହୋଇଥିବା ବେଳେ ପର୍ଯ୍ୟଟକଙ୍କ ପାଇଁ ଏହା ଏକ ବହୁତ ଭଲ ଜଳଖିଆ।  

ୟାକ୍ ଚୁରପି ଉପରେ ଜିଏସ୍‌ଟିକୁ ୧୨ ପ୍ରତିଶତରୁ ହ୍ରାସ କରାଯାଇ ୫ ପ୍ରତିଶତ କରାଯାଇଛି। ଫଳରେ ଏହା ପ୍ରାୟ ୭ ପ୍ରତିଶତ ଶସ୍ତା ହୋଇଛି। ଏହା ଦ୍ୱାରା ୟାକ୍ ଚୁରପୀର ଆହୁରି ଚାହିଦା ବଢ଼ିବା ସହିତ ସ୍ଥାନୀୟ ୟାକ୍ ପାଳକମାନଙ୍କ ଜୀବୀକାକୁ ମଧ୍ୟ ସାହାଯ୍ୟ ମିଳିବ।  

ଅରୁଣାଚଳ ପ୍ରଦେଶରେ ୨୦ରୁ ଅଧିକ ପ୍ରମୁଖ ଜନଜାତି ଅଛନ୍ତି। ପ୍ରତ୍ୟେକ ଜନଜାତି ନିଜ ନିଆରା ପରମ୍ପରା, ହସ୍ତଶିଳ୍ପ କଳା ଓ କଳାତ୍ମକ ଐତିହ୍ୟ ପାଇଁ ବେଶ୍ ପରିଚିତ। ଏହି ଅଞ୍ଚଳର ପ୍ରଚୁର ପ୍ରାକୃତିକ ସଂପଦର ଉପଯୋଗ କରି କାରିଗରମାନେ କାହିଁ କେଉଁ କାଳରୁ ହାତବୁଣା କପଡ଼ାରୁ ଆରମ୍ଭ କରି ବାଉଁଶ ଓ ବେତ ସାମଗ୍ରୀ, ଟୋକେଇ, କାର୍ପେଟ ଓ ଆସବାବପତ୍ର ପରି ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ସାମଗ୍ରୀ ପ୍ରସ୍ତୁତ କରନ୍ତି। ସେମାନଙ୍କର ପ୍ରସିଦ୍ଧ ହସ୍ତଶିଳ୍ପ ସାମଗ୍ରୀ ମଧ୍ୟରେ ରହିଛି ମିଶମୀ ଓ ଶେରଦୁକପେନ ଶାଲ୍। ଅରୁଣାଚଳ ପ୍ରଦେଶର କାର୍ପେଟ ମଧ୍ୟ ବହୁତ ପ୍ରସିଦ୍ଧ। ନିଜର ଉତ୍ତମ ମାନ ଓ ଯାଦୁଗରୀ କଳା ପାଇଁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ମଧ୍ୟ ଏହାକୁ ଲୋକେ ବହୁତ ପସନ୍ଦ କରନ୍ତି।     

 

ଇଡୁ ମିଶ୍‌ମୀ ବସ୍ତ୍ର 

ଇଡୁ ମିଶ୍‌ମୀ ଜନଜାତିର ମହିଳା ଇଡୁ ମିଶ୍‌ମୀ ବସ୍ତ୍ର ଉତ୍ପାଦନ କରି ନିଜର ସମୃଦ୍ଧ ବୟନଶିଳ୍ପ ପରମ୍ପରାକୁ ସୁରକ୍ଷିତ କରି ରଖିଛନ୍ତି। ଏହି ବସ୍ତ୍ର ମୁଖ୍ୟତଃ ଦିବାଙ୍ଗ ଉପତ୍ୟକା ଓ ଲୋୟର୍ ଦିବାଙ୍ଗ ଅଞ୍ଚଳର ଲୋକେ ବ୍ୟବହାର କରନ୍ତି। ଏଥିରେ ରହିଥାଏ ପୌରାଣିକ କଥାବସ୍ତୁର ପ୍ରତୀକରେ ଓତପ୍ରୋତଃ ଭାବେ ସଂପର୍କିତ ଥିବା ଜ୍ୟାମିତିକ ପ୍ୟାଟର୍ଣ୍ଣ। ଅରୁଣାଚଳ ପ୍ରଦେଶର ମୋଟ ପ୍ରାୟ ୯୪, ୦୦୦ ବୁଣାକାରଙ୍କ ମଧ୍ୟରୁ ପ୍ରାୟ ୨୦୦୦ରୁ ୩୦୦୦ କାରିଗରଙ୍କୁ ଏଥିରୁ ରୋଜଗାର ମିଳିଥାଏ। ଏହି ବସ୍ତ୍ର ମେଳା ଓ ବଡ଼ ବଡ଼ ଦୋକାନରେ ବିକ୍ରି ହୋଇଥାଏ। କିନ୍ତୁ ସେମାନଙ୍କୁ ଏବେ ମେସିନ ନିର୍ମିତ ଅନ୍ୟ ବସ୍ତ୍ର ସହିତ ପ୍ରତିଯୋଗିତାର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ଏହାର ରପ୍ତାନୀ ବହୁତ କମ୍ ଅଛି। କିନ୍ତୁ ୨୦୧୪ରେ ମିଳିଥିବା ଜିଆଇ ଟ୍ୟାଗ୍ ଯୋଗୁଁ ଭବିଷ୍ୟତରେ ବଜାରରେ ଏହାର ଚାହିଦା ବଢ଼ିବାର ବହୁତ ସମ୍ଭାବନା ଅଛି। 

କିଛି ଦିନ ତଳେ ଏହା ଉପରେ ଲାଗୁଥିବା ଜିଏସ୍‌ଟିକୁ ୧୨ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରି ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ୮୦୦୦ ଟଙ୍କାର ଶାଲ ଉପରେ ଜିଏସ୍‌ଟି ୫୬୦ ଟଙ୍କା କମିଛି। ଏହା ଦ୍ୱାରା କାରିଗରମାନଙ୍କ ଲାଭ ହୋଇଛି ଏବଂ ଏହି ପାରମ୍ପରିକ ହସ୍ତଶିଳ୍ପକୁ ଜାରି ରଖିବାରେ ଏହା ସେମାନଙ୍କୁ ସାହାଯ୍ୟ କରିବ। 

ହସ୍ତଶିଳ୍ପର କାର୍ପେଟ (ମୋନପା/ଶେରଦୁକପେନ/ତିବ୍ବତୀ)

ବୌଦ୍ଧ ସଂପ୍ରଦାୟର ଲୋକ (ମୋନପା ଓ ଶେରଦୁକପେନ) ଓ ତଓ୍ୱାଙ୍ଗ, ପଶ୍ଚିମ କାମେଙ୍ଗ, ଚାଙ୍ଗଲାଙ୍ଗ ଓ ଉପର ସିୟାଙ୍ଗରେ ରହୁଥିବା ତିବ୍ବତୀୟ ଶରଣାର୍ଥୀମାନେ ଅରୁଣାଚଳ ପ୍ରଦେଶର ପ୍ରସିଦ୍ଧ ହାତବୁଣା କାର୍ପେଟ ପ୍ରସ୍ତୁତ କରନ୍ତି। ଏହି ଉଦ୍ୟୋଗ ଲାହୋଓ କ୍ଲଷ୍ଟରରେ ପ୍ରାୟ ୧୦୧ କାରିଗରଙ୍କୁ ଓ ଅନ୍ୟ କେନ୍ଦ୍ରରେ ଶତାଧିକ କାରିଗରଙ୍କୁ ରୋଜଗାର ଦେଇଥାଏ। ପ୍ରାୟତଃ ଏହି କାର୍ପେଟ ବଡ଼ ବଡ଼ ଦୋକାନ ଓ ପର୍ଯ୍ୟଟନ ମେଳାରେ ବିକ୍ରି ହୋଇଥାଏ। ଏଥିରେ ରହିଥାଏ ବୌଦ୍ଧ ରୂପାଙ୍କନ ସହିତ ପାରମ୍ପରିକ ଡିଜାଇନ୍ । ଭାରତର ବିଶାଳ କାର୍ପେଟ ବଜାରରେ ଏହାର ରପ୍ତାନୀ ସମ୍ଭାବନା ବହୁତ ଅଛି। ଖତାନ ଓ ମକ୍‌ସୁ-ମକତାନ ହେଉଛି ଏହି ପାରମ୍ପରିକ କାର୍ପେଟର ପ୍ରମୁଖ ପ୍ରକାର।      

କିଛି ଦିନ ତଳେ ହିଁ ଜିଏସ୍‌ଟି ସଂସ୍କାରର ଉତ୍ସାହଜନକ ପ୍ରଭାବ ଏହି କ୍ଷେତ୍ରରେ ମଧ୍ୟ ପଡ଼ିଛି।୨୦୦୦୦ ହଜାର ଟଙ୍କାର କାର୍ପେଟ ଉପରେ ୧୪୦୦ ଟଙ୍କା ପର୍ଯ୍ୟନ୍ତ ଜିଏସ୍‌ଟି ଛାଡ଼୍ ହୋଇଛି। ଏହା ଦ୍ୱାରା ମହିଳା କାରିଗରଙ୍କ ଆୟ ସିଧାସଳଖ ଭାବେ ବୃଦ୍ଧି ପାଇଛି। ଏହା ସହିତ ଏହି ପାରମ୍ପରିକ ହସ୍ତଶିଳ୍ପ କଳାକୁ ବଞ୍ଚାଇ ରଖିବାକୁ ସେହି ମହିଳା କାରିଗରଙ୍କୁ ସହାୟତା ମିଳିଛି। 

ବାଉଁଶ ଓ ବେତର ଆସବାବପତ୍ର/ହସ୍ତଶିଳ୍ପ 

ଅରୁଣାଚଳ ପ୍ରଦେଶରେ ପ୍ରାୟତଃ ଆଦିବାସୀ ପୁରୁଷ କାରିଗରମାନେ ବାଉଁଶ, ବେତର ଆସବାବପତ୍ର ଓ ବାଉଁଶ ହସ୍ତଶିଳ୍ପ ସାମଗ୍ରୀ ତିଆରି କରନ୍ତି। ସେମାନଙ୍କ ମଧ୍ୟରେ ରହିଛନ୍ତି ଆଦି, ଅପାତାନୀ, ନ୍ୟିଶି, ମିଶ୍‌ମି, ନୋକ୍‌ଟେ ଓ ବାଞ୍ଚା ପରି ଆଦିବାସୀ ସଂପ୍ରଦାୟ। ହଜାର ହଜାର କାରିଗର ଘର ଓ ବଜାର ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ତିଆରି କରନ୍ତି। ଏହାର ଏକ ଉଲ୍ଲେଖନୀୟ ଉଦାହରଣ ହେଉଛି ଲୋୟର୍ ଦିବାଙ୍ଗ ଘାଟିରେ ତିଆରି ହୋଇଥିବା ୫୦୦ ଫୁଟ୍‌ ଉଚ୍ଚର ଆଦି ବାଉଁଶ ପୋଲ। ରାଜ୍ୟରେ ୮୮୨୪ ମିଲିୟନ୍ ବାଉଁଶର ପର୍ଯ୍ୟାପ୍ତ ଭଣ୍ଡାର ଅଛି। ଭାରତ ବାଉଁଶ ତିଆରି ଆସବାବପତ୍ରର ରପ୍ତାନୀ କରି ଆସୁଛି ଓ ଅରୁଣାଚଳ ପ୍ରଦେଶର ଖାସ୍ ଡିଜାଇନ ପାଇଁ ଦେଶରେ ତଥା ଅନ୍ତର୍ଜାତୀୟ ସ୍ତରର ବଜାରରେ ଏହାର ବହୁତ ସମ୍ଭାବନା ଅଛି।   

କିଛି ଦିନ ତଳେ ବାଉଁଶ ଓ ବେତ ସାମଗ୍ରୀ ଉପରେ ଜିଏସ୍‌ଟିକୁ ୧୨ ପ୍ରତିଶତରୁ କମ୍ କରି ୫ ପ୍ରତିଶତ କରାଯାଇଥିବାରୁ ଏହାର ଦାମ୍ ବହୁତ କମି ଯାଇଛି ଓ ପ୍ରତିଯୋଗିତା ବୃଦ୍ଧି ପାଇଛି। ଉଦାହରଣ ସ୍ୱରୂପ-୧୦୦୦୦ ଟଙ୍କାର ଆସବାବ ସେଟ୍ ଉପରେ ପ୍ରାୟ ୬୨୫ ଟଙ୍କାର ଶୁଳ୍‌କ କମିଛି। ଏହା ଦ୍ୱାରା ଏହି ସବୁ ସାମଗ୍ରୀ ଶସ୍ତା ହେବ ଓ ଚାହିଦା ବଢିବ। ଫଳରେ କାରିଗରମାନଙ୍କ ଆୟରେ ସିଧାସଳଖ ଅଧିକ ଲାଭ ହେବ। ଏହା ଦ୍ୱାରା ପାରମ୍ପରିକ ଶିଳ୍ପ କ୍ଷେତ୍ରରେ ଏମ୍‌ଏସ୍‌ଏମ୍‌ଇର ବିକାଶକୁ ମଧ୍ୟ ପ୍ରୋତ୍ସାହନ ମିଳିବ। …   

 

କାଠଖୋଦେଇ ଓ ମୁଖା 

ତଓ୍ୱାଙ୍ଗ ଓ ପଶ୍ଚିମ କାମେଙ୍ଗ (ମୋନପା ଓ ଶେରଡୁକପେନ ଜନଜାତି ) ଓ ତିରାପ ଏବଂ ଲୋଙ୍ଗଡିଙ୍ଗ (ବାଞ୍ଚୋ ଜନଜାତି)ର ପୁରୁଷମାନେ କାଠ ଖୋଦେଇ କାମ କରନ୍ତି। ଏଥିରେ ରହିଛି ବିଭିନ୍ନ ପାରମ୍ପରିକ ଦୈନନ୍ଦିନ କାମରେ ଲାଗୁଥିବା ସାମଗ୍ରୀ, ମୁଖା ଓ ପାଇପ୍ । ବାଞ୍ଚୋ ଖୋଦେଇର ସଂପର୍କ ଶିକାର ପରମ୍ପରା ସହିତ ଜଡ଼ିତ। ସେହିପରି ମୋନପା ମୁଖା ହେଉଛି ବୌଦ୍ଧ ପରମ୍ପରାର ଅଭିନ୍ନ ଅଙ୍ଗ। ଏହି କ୍ଷେତ୍ରରେ ହଜାର ହଜାର କାରିଗର କାମ କରୁଛନ୍ତି। ସେମାନଙ୍କ ମଧ୍ୟରୁ କେତେକ କେବିଆଇସି (ଖଦି ଓ ଗ୍ରାମ୍ୟୋଦ୍ୟୋଗ ଆୟୋଗ)ରୁ ପ୍ରଶିକ୍ଷଣ ନେଇଛନ୍ତି ଓ ଏହି ସଂସ୍ଥାରୁ ସହାୟତା ମଧ୍ୟ ପାଆନ୍ତି। ପର୍ଯ୍ୟଟନ ବଜାରରେ ପର୍ଯ୍ୟଟକ ଏହି ମୁଖାକୁ ୨୧୦୦ରୁ ୨୫୦୦ ଟଙ୍କାରେ କିଣନ୍ତି। ପ୍ରାଚୀନ ସାମଗ୍ରୀ ହୋଇଥିଲେ, ତାର ଦାମ୍ ଆହୁରି ବଢ଼ି ଯାଏ। ତେବେ ବର୍ତ୍ତମାନ ରପ୍ତାନୀର ପରିମାଣ ସୀମିତ ଅଛି। ତଥାପି ଅନ୍ତର୍ଜାତୀୟ ବଜାରରେ ଆଦିବାସୀ କଳାର ଉତ୍ସାହଜନକ ସମ୍ଭାବନା ଅଛି।   

କିଛି ଦିନ ତଳେ ଏହି ସବୁ ସାମଗ୍ରୀ ଉପରୁ ଜିଏସ୍‌ଟିକୁ ୧୨ ପ୍ରତିଶତରୁ କମ୍ କରି ୫ ପ୍ରତିଶତ କରାଯାଇଛି। ଏହା ଦ୍ୱାରା ଏହି ଶିଳ୍ପକୁ ଆହୁରି ସହଯୋଗ ମିଳିବ। ୧୫୦୦୦ ଟଙ୍କାର ମାସ୍କ ଉପରେ ପ୍ରାୟ ୧୦୫୦ ଟଙ୍କା ସଞ୍ଚୟ ହୋଇପାରୁଛି। ଏହା ଦ୍ୱାରା ଏହି ସବୁ ସାମଗ୍ରୀ ଆହୁରି ଶସ୍ତା ହୋଇଯାଇଛି। ଫଳରେ ପର୍ଯ୍ୟଟକଙ୍କ ମଧ୍ୟରେ ଏହି ସବୁ ସାମଗ୍ରୀର ବିକ୍ରି ବଢ଼ି ଯାଇଛି ଓ କାରିଗରଙ୍କ ଆୟ ମଧ୍ୟ ବୃଦ୍ଧି ପାଇଛି।  

ମୋନପା ହାତତିଆରି କାଗଜ (ମୋନ ଶୁଗୁ)

ତଓ୍ୱାଙ୍ଗର ମୋନମା କାରିଗର ମୋନପା ହାତତିଆରି କାଗଜ ପ୍ରସ୍ତୁତ କରନ୍ତି। ଏହା ହେଉଛି ଏକ ପ୍ରାଚୀନ ଗଛ ଛାଲିରୁ ତିଆରି ହେଉଥିବା କାଗଜ। ବୌଦ୍ଧ ଧର୍ମଗ୍ରନ୍ଥର ଲେଖାକୁ ସଂରକ୍ଷିତ କରି ରଖିବା ପାଇଁ କେବିଆଇସିର ସହଯୋଗରେ ଏହାକୁ ପୁନଃରୁଦ୍ଧାର କରାଯାଇଛି। ଖଣ୍ଡିଏ କାଗଜରୁ ୫୦ ଟଙ୍କା ଦରରେ ଏହି କାଗଜ ମଠ ଓ ପର୍ଯ୍ୟଟକଙ୍କୁ ବିକ୍ରି କରାଯାଇଥାଏ। ବର୍ତ୍ତମାନ ୧୨ ମହିଳାଙ୍କ ସମେତ ୧୪ ଜଣ କାରିଗର ଏହି ଶିଳ୍ପକଳାରେ ଲାଗିଛନ୍ତି। ସ୍ଥାନୀୟ ଯୁବକମାନଙ୍କୁ ଏହାର ପ୍ରଶିକ୍ଷଣ ଦେବାର ପ୍ରଚେଷ୍ଟା ଜାରି ରହିଛି। ଉଲ୍ଲେଖଯୋଗ୍ୟ ଯେ, ଅନ୍ତର୍ଜାତୀୟ ବଜାରରେ ପରିବେଶ ଅନୁକୂଳ କାଗଜର ଚାହିଦା ବଢ଼ିବାରେ ଲାଗିଛି। 

କିଛି ଦିନ ତଳେ ଏପରି ସାମଗ୍ରୀ ଉପରୁ ଜିଏସ୍‌ଟିକୁ ୧୨ ପ୍ରତିଶତରୁ ୫ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ଦ୍ୱାରା ପ୍ରତିଯୋଗିତା ବୃଦ୍ଧି ପାଇଛି। ୫୦୦ ଟଙ୍କାର ବଣ୍ଡଲ ଉପରେ ପ୍ରାୟ ୩୫ ଟଙ୍କାର ଶୁଳ୍‌କ ସଂଚୟ ହେବା ସହିତ ଏହା ଆହୁରି ଶସ୍ତା ହୋଇଛି ଏବଂ ଅଧିକ ବିକ୍ରି ଯୋଗ୍ୟ ହୋଇଛି।       

प्रसंस्कृत खाद्य पदार्थ और एमएसएमई

ପ୍ରକ୍ରିୟାକୃତ ଖାଦ୍ୟ ଓ ଏମ୍‌ଏସ୍‌ଏମ୍‌ଇ

 ଅରୁଣାଚଳ ପ୍ରଦେଶର କେତେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ଯୁବକମାନଙ୍କ ଦ୍ୱାରା କରାଯାଇଥିବା ଷ୍ଟାର୍ଟଅପ୍ ଖାଦ୍ୟ ପ୍ରକ୍ରିୟାକରଣରେ ସକ୍ରିୟ ଭାବେ କାର୍ଯ୍ୟରତ ଅଛନ୍ତି। ଇଟାନଗର, ପାସୀଘାଟ, ଅଞ୍ଜା ଓ ନାମସାଇ ପରି ପ୍ରମୁଖ କେନ୍ଦ୍ରରେ ବିସ୍କୁଟ, ନମକୀନ ଓ ସସ୍‌ ପରି ସାମଗ୍ରୀ ଉତ୍ପାଦନ ହେଉଛି। ଏହି କ୍ଷେତ୍ରରେ ୬୩୨ ପଂଜୀକୃତ ଏମ୍‌ଏସ୍‌ଏମ୍‌ଇ ଅଛି ଯେଉଁଥିରେ ୪୫୯୧ ଲୋକ କାମ କରୁଛନ୍ତି। ଏହା ସହିତ ୪୧,୦୬୯ ଲୋକ ପରୋକ୍ଷ ଭାବେ କାମ ପାଇଛନ୍ତି। ଜୈବିକ କୃଷି ସାମଗ୍ରୀ ହେବାର ଲାଭ ମଧ୍ୟ ଏହି ଉଦ୍ୟୋଗକୁ ମିଳିଛି। ସ୍ଥାନୀୟ ଆଖପାଖର ସହର ଓ ମେଳାରେ ଏହି ସବୁ ସାମଗ୍ରୀ ବିକ୍ରି ହୋଇଥାଏ। ଅରୁଣାଚଳ ପ୍ରଦେଶର ମୋଟ ରାଜ୍ୟ ଭ୍ୟାଲୁ ଆଡେଡ୍ (ଜିଏସ୍‌ଭିଏ)ରେ ଏହାର ଅବଦାନ ହେଉଛି ୨୨.୬ ପ୍ରତିଶତ। ତେବେ ବର୍ତ୍ତମାନ ଏହାର ରପ୍ତାନୀ ପରିମାଣ ବହୁତ କମ୍ ଅଛି। ତଥାପି ଫଳ ସଂରକ୍ଷକ ପଦାର୍ଥ ଓ ଆଚାର ବଜାରରେ ଏହାର ସମ୍ଭାବନା ବଢୁଛି।  

 

କିଛି ଦିନ ତଳେ ଏସବୁ ସାମଗ୍ରୀ ଉପରୁ ଜିଏସ୍‌ଟି କମିବା ଦ୍ୱାରା ପ୍ରତିଯୋଗିତା ମଜଭୁତ ହୋଇଛି। ବିସ୍କୁଟ ଉପରେ ଜିଏସ୍‌ଟି ୧୮ ପ୍ରତିଶତରୁ ହ୍ରାସ ପାଇ ୫ ପ୍ରତିଶତ କରି ଦିଆଯାଇଛି। ଫଳରେ ଏହା ଆଗ ଅପେକ୍ଷା ୧୧ ପ୍ରତିଶତ ଶସ୍ତା ହୋଇଛି। ସେହିପରି ଆଚାର ପ୍ରାୟ ୭ ପ୍ରତିଶତ ଶସ୍ତା ହୋଇଛି। ଏହା ଦ୍ୱାରା ଉତ୍ପାଦନକାରୀ ଓ ଉପଭୋକ୍ତା ଉଭୟଙ୍କୁ ଲାଭ ମିଳିଛି।   

କାଠ ଶିଳ୍ପ (ପ୍ଲାଇଉଡ୍ ଓ ସନ୍‌ମାଇକା)

ଅରୁଣାଚଳ ପ୍ରଦେଶରେ ଜଙ୍ଗଲଜାତଦ୍ରବ୍ୟ ଆଧାରିତ ଉଦ୍ୟୋଗ ବହୁତ ଗୁରୁତ୍ୱପୂର୍ଣ୍ଣ। ଏହା ରାଜ୍ୟର ଅର୍ଥବ୍ୟବସ୍ଥାର କେନ୍ଦ୍ର ଅଟେ, କାହିଁକିନା ଅରୁଣାଚଳ ପ୍ରଦେଶର ୮୦ ପ୍ରତିଶତ ଅଞ୍ଚଳ ହେଉଛି ଜଙ୍ଗଲ। କାଠ ହେଉଛି ଏକ ପ୍ରମୁଖ ପ୍ରାକୃତିକ ସମ୍ବଳ। ଜଙ୍ଗରପରିପୂର୍ଣ୍ଣ ଜିଲ୍ଲାରେ ଚାଲିଛି କାଠ ଉଦ୍ୟୋଗ। ମୁଖ୍ୟତଃ ଏହି କାଠ ଉଦ୍ୟୋଗ ପ୍ଲାଇଉଡ୍ ଓ ସନ୍‌ମାଇକା ଉପରେ କେନ୍ଦ୍ରୀଭୂତ। ଏହି ଉଦ୍ୟୋଗ କରତକଳ ଓ ପ୍ଲାଇଉଡ୍ କଳରେ ଲୋକଙ୍କୁ ପ୍ରଦାନ କରୁଛି ରୋଜଗାର। ଏସବୁ ସାମଗ୍ରୀ ନିର୍ମାଣ ଓ ଆସବାବପତ୍ର ବଜାରକୁ ଯୋଗାଣ ହୋଇଥାଏ। 

ପ୍ଲାଇଉଡ୍ ଓ ସନ୍‌ମାଇକା ଉପରେ ଜିଏସ୍‌ଟିକୁ ୧୨ ପ୍ରତିଶତରୁ ୫ ପ୍ରତିଶତକୁ ହ୍ରାସ କରାଯାଇଛି। ଏହା ଦ୍ୱାରା ବହୁତ ଆଶ୍ୱସ୍ତି ମିଳିଛି। ଏବେ ୧ ଲକ୍ଷ ଟଙ୍କାର ପ୍ଲାଇଉଡ୍ ଉପରେ ପ୍ରାୟ ୭୦୦୦ ଟଙ୍କାର ଶୁଳ୍‌କ ସଂଚୟ ହେବ। ତେବେ ଦୀର୍ଘସ୍ଥାୟୀ ବ୍ୟବହାରକୁ ସୁନିଶ୍ଚିତ କରିବା ପାଇଁ ମଜଭୁତ ସନ୍‌ମାଇକା ଲଗାଇବା ଆବଶ୍ୟକ।     

 

ଉପସଂହାର

ଜିଏସ୍‌ଟିରେ କରାଯାଇଥିବା ସଂସ୍କାରରେ ଏହାକୁ ୧୨-୧୮ ପ୍ରତିଶତରୁ ହ୍ରାସ କରି ୫ ପ୍ରତିଶତ କରାଯାଇଛି। ଏହା ଦ୍ୱାରା ଅରୁଣାଚଳ ପ୍ରଦେଶର ଅର୍ଥବ୍ୟବସ୍ଥାକୁ ଶକ୍ତି ମିଳିଛି। କୃଷି, ଉଦ୍ୟାନକୃଷି, ପ୍ରକ୍ରିୟାକୃତ ଖାଦ୍ୟ ପଦାର୍ଥ, ହସ୍ତଶିଳ୍ପ, ବୟନଶିଳ୍ପ, ବାଉଁଶ ଓ ବେତ ସାମଗ୍ରୀ ଏବଂ କାଠ ଆଧାରିତ ଉଦ୍ୟୋଗ ଉପରେ ଟ୍ୟାକ୍ସ କମିବା ଯୋଗୁଁ ଏହି ସବୁ ସାମଗ୍ରୀର ଦାମ୍ କମିବ ଏବଂ ଉତ୍ପାଦନକାରୀଙ୍କ ଲାଭ ବଢ଼ିବ।  

ପ୍ରକ୍ରିୟାକୃତ ଖାଦ୍ୟ ସାମଗ୍ରୀ ଉପରେ ୬ରୁ ୧୧ ପ୍ରତିଶତ କମ୍ ଖର୍ଚ୍ଚ ହେବ। ହସ୍ତଶିଳ୍ପ ସାମଗ୍ରୀର ଦାମ୍‌ ୫୬୦ରୁ ୭୦୦୦ ଟଙ୍କା ପର୍ଯ୍ୟନ୍ତ କମିବ। ଏହା ଦ୍ୱାରା ପ୍ରତିଯୋଗିତା ବଢ଼ିବ ଓ ଚାହିଦା ବୃଦ୍ଧି ହେବ ତଥା ଏମ୍‌ଏସ୍‌ଏମ୍‌ଇ ଓ ଜନଜାତି ଶିଳ୍ପୀଙ୍କ ଲାଭ ହେବ। ଏହି ସଂସ୍କାର ଦ୍ୱାରା ସ୍ୱଦେଶୀ ଓ ବାହାରର ବଜାରକୁ ଅଧିକ ସାମଗ୍ରୀ ପହଞ୍ଚି ପାରିବ। ପାରମ୍ପରିକ ଓ ଜିଆଇ ଟ୍ୟାଗ୍ ମିଳିଥିବା ସାମଗ୍ରୀକୁ ପ୍ରୋତ୍ସାହନ ମିଳିବ। ଫଳରେ ସମଗ୍ର ଅରୁଣାଚଳ ପ୍ରଦେଶରେ ସ୍ଥାୟୀ ଅଭିବୃଦ୍ଧି ହେବ, ରୋଜଗାର ବଢ଼ିବ ଓ ସାମଗ୍ରିକ ବିକାଶକୁ ଶକ୍ତି ମିଳିବ। … 

 

ସନ୍ଦର୍ଭ 

arunachalpradesh.gov.in

https://arunachalpradesh.gov.in/

agri.arunachal.gov.in

https://agri.arunachal.gov.in/

ଆଇବିଇଏଫ୍ 

https://ibef.org/industry/arunachal-pradesh-presentation

ASEAN.org

https://asean.org/member-states/

mygov.in

https://blog.mygov.in/the-role-of-traditional-craftsmanship-in-the-tourism-industry-of-arunachal-pradesh/

 

 

BSP 

(Factsheet ID: 150381) Visitor Counter :


Provide suggestions / comments
Read this explainer in : English , हिन्दी
Link mygov.in
National Portal Of India
STQC Certificate