• Skip to Content
  • Sitemap
  • Advance Search
Economy

ଆରବିଆଇ ମୁଦ୍ରା ନୀତି: ରେପୋ ରେଟ୍‌ ଅପରିବର୍ତ୍ତିତ, ଜିଡିପି ଆକଳନରେ ସୁଧାର

प्रविष्टि तिथि: 01 OCT 2025 15:16 PM

  • ଆରବିଆଇ ନିରପେକ୍ଷ ଆଭିମୁଖ୍ୟ ସହିତ ରେପୋ ରେଟକୁ 5.5 ପ୍ରତିଶତରେ ଅପରିବର୍ତ୍ତିତ ରଖିଛି
  • 2025-26 ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ଆକଳନକୁ ସଂଶୋଧିତ କରି 6.5 ପ୍ରତିଶତରୁ 6.8 ପ୍ରତିଶତକୁ ବୃଦ୍ଧି କଲା ଆରବିଆଇ
  • ଆରବିଆଇ 2025-26 ଆର୍ଥିକ ବର୍ଷ ପାଇଁ ଏହାର ସିପିଆଇ ମୁଦ୍ରାସ୍ଫୀତି ପୂର୍ବାନୁମାନକୁ 3.1 ପ୍ରତିଶତରୁ 2.6 ପ୍ରତିଶତକୁ ହ୍ରାସ କରିଛି
  • ଭାରତର ଚଳନ୍ତି ଖାତା ନିଅଣ୍ଟ ଏକ ବର୍ଷ ପୂର୍ବେ 0.9 ପ୍ରତିଶତ ଥିବା ବେଳେ 2025-26 ଆର୍ଥିକ ବର୍ଷ ପ୍ରଥମ ତ୍ରୈମାସରେ ଏହା ଜିଡିପିର 0.2 ପ୍ରତିଶତକୁ ହ୍ରାସ ପାଇଛି
  • 2025-26 ଆର୍ଥିକ ବର୍ଷର ଏପ୍ରିଲ-ସେପ୍ଟେମ୍ବର ମଧ୍ୟରେ ବର୍ତ୍ତମାନସୁଦ୍ଧା (ସେପ୍ଟେମ୍ବର 26 ପର୍ଯ୍ୟନ୍ତ) ଭାରତୀୟ ଇକ୍ୱିଟି ବଜାର ଏକ ଉର୍ଦ୍ଧ୍ବମୁଖୀ ଗତିପଥରେ ରହିଥିଲା

 

ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ସେପ୍ଟେମ୍ବର 29 ରୁ ଅକ୍ଟୋବର 1, 2025 ମଧ୍ୟରେ ଅନୁଷ୍ଠିତ ମୁଦ୍ରା ନୀତି କମିଟିର 57ତମ ବୈଠକ ପରେ ଏହାର ମୁଦ୍ରା ନୀତି ରିପୋର୍ଟ (ଅକ୍ଟୋବର 2025) ପ୍ରକାଶ କରିଛି। ଆରବିଆଇ ଏକ ନିରପେକ୍ଷ ଆଭିମୁଖ୍ୟ ସହିତ ରେପୋ ହାରକୁ 5.50% ରେ ଅପରିବର୍ତ୍ତିତ ରଖିଛି। ଏହା ଏକ ସନ୍ତୁଳିତ ଆଭିମୁଖ୍ୟକୁ ସୂଚିତ କରେ ଯାହା ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିବା ସହିତ ଆର୍ଥିକ ଗତିକୁ ସମର୍ଥନ କରେ। ଆହୁରି ଏହି ରିପୋର୍ଟରେ ଭାରତୀୟ ଅର୍ଥବ୍ୟବସ୍ଥା ପାଇଁ ଏକ ସତର୍କତାମୂଳକ ଆଶାବାଦୀ ଦୃଷ୍ଟିକୋଣକୁ ପ୍ରତିଫଳିତ କରି ଦୀର୍ଘସ୍ଥାୟୀ ଘରୋଇ ଚାହିଦା, ସହାୟକ ଆର୍ଥିକ ଅବସ୍ଥା ଏବଂ ଏକ ସ୍ଥିର ବାହ୍ୟ କ୍ଷେତ୍ରକୁ ଉଲ୍ଲେଖ କରାଯାଇଛି।

ଆଗକୁ ଦୃଢ଼ ଅଭିବୃଦ୍ଧି

ଆରବିଆଇ 2025-26 ଆର୍ଥିକ ବର୍ଷ ପାଇଁ ଭାରତର ଜିଡିପି ଅଭିବୃଦ୍ଧି ପୂର୍ବାନୁମାନକୁ 6.5%. ଠାରୁ 6.8%କୁ ସଂଶୋଧନ କରିଛି।

ଭଲ ମୌସୁମୀ, ଜିଏସଟି 2, ଉତ୍ତମ ଋଣ ପ୍ରବାହ ଏବଂ ବୃଦ୍ଧି ପାଉଥିବା କ୍ଷମତା ଉପଯୋଗ ଭଳି ସହାୟକ କାରଣଗୁଡ଼ିକ ସକାରାତ୍ମକ ଦୃଷ୍ଟିକୋଣକୁ ବଜାୟ ରଖିବା ସହିତ, ସୁଦୃଢ଼ ଉପଭୋଗ, ନିବେଶ ଏବଂ ସରକାରୀ ଖର୍ଚ୍ଚ କାରଣରୁ ଘରୋଇ ଅଭିବୃଦ୍ଧି ଭଲ ପ୍ରଦର୍ଶନ କରୁଛି।

ଭାରତର ବାସ୍ତବ ଜିଡିପି 2025-26 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ 7.8%କୁ ବୃଦ୍ଧି ପାଇଛି। ଏହା ପୂର୍ବ ତ୍ରୈମାସର ଅଭିବୃଦ୍ଧି ହାର 7.4% ଠାରୁ ଅଧିକ। ଏଥିସହିତ ବିଗତ ସାତଟି ତ୍ରୈମାସ ମଧ୍ୟରେ ଏହା ହେଉଛି ସବୁଠାରୁ ଦ୍ରୁତ ଅଭିବୃଦ୍ଧି ଯାହାକି ଦୃଢ଼ ନିବେଶ ଏବଂ ବ୍ୟବହାର କାରଣରୁ ସମ୍ଭବ ହୋଇଛି

ଆର୍ଥିକ ବର୍ଷ 2025-26 ପାଇଁ ଅଭିବୃଦ୍ଧି 6.8% (ତ୍ରୈମାସ 1: 7.8%, ତ୍ରୈମାସ 2: 7.0%, ତ୍ରୈମାସ 3: 6.4%, ତ୍ରୈମାସ 4: 6.2%) ରହିବ ବୋଲି ଆକଳନ କରାଯାଇଛି । ଅନ୍ୟପକ୍ଷରେ ଆର୍ଥିକ ବର୍ଷ 2026-27 ସାଧାରଣ ମୌସୁମୀ ଏବଂ ସ୍ଥିର ପରିସ୍ଥିତିକୁ ଦେଖିଲେ ଅଭିବୃଦ୍ଧି ହାର 6.6% ହେବ ବୋଲି ଆକଳନ କରାଯାଇଛି।

ଭବିଷ୍ୟତର ଆଶାବାଦ ସୂଚକାଙ୍କ ଦ୍ୱାରା ମପାଯାଥିବା ଆଗାମୀ ବର୍ଷର ଉପଭୋକ୍ତା ଆଶାବାଦ ସହରୀ ଏବଂ ଗ୍ରାମୀଣ ଉଭୟ ପରିବାର ପାଇଁ ଅଧିକ ମଜବୁତ ହୋଇଛି।

ବିଶ୍ୱସ୍ତରୀୟ ଏଜେନ୍ସିଗୁଡ଼ିକ ଏହି ବିକାଶକୁ ନିଶ୍ଚିତ କରିଛନ୍ତି

ଅନେକ ବିଶ୍ୱସ୍ତରୀୟ ଏଜେନ୍ସି ଭାରତର ଦୃଢ଼ ଆର୍ଥିକ ଅଭିବୃଦ୍ଧି ସମ୍ଭାବନାକୁ ବଜାୟ ରଖିଛନ୍ତି, ଯାହା ବିଶ୍ୱ ଅନିଶ୍ଚିତତା ମଧ୍ୟରେ ଦେଶର ସ୍ଥିରତାକୁ ଉଜ୍ଜ୍ୱଳ କରିଛି। ଆଇଏମଏଫ (ଆର୍ଥିକ ବର୍ଷ 26: 6.4 ପ୍ରତିଶତ), ଫିଚ୍‌ (ଆର୍ଥିକ ବର୍ଷ 26: 6.9 ପ୍ରତିଶତ, ଆର୍ଥିକ ବର୍ଷ 27: 6.3 ପ୍ରତିଶତ), ଏସଏଣ୍ଡପି ଗ୍ଲୋବାଲ୍ (ଆର୍ଥିକ ବର୍ଷ 26: 6.5 ପ୍ରତିଶତ), ଜାତିସଂଘ (ଆର୍ଥିକ ବର୍ଷ 26: 6.3 ପ୍ରତିଶତ, ଆର୍ଥିକ ବର୍ଷ 27: 6.4 ପ୍ରତିଶତ), ସିଆଇଆଇ (ଆର୍ଥିକ ବର୍ଷ 26: 6.4-6.7 ପ୍ରତିଶତ), ଏବଂ ଓଇସିଡି (ଆର୍ଥିକ ବର୍ଷ 26: 6.7 ପ୍ରତିଶତ) ଅଭିବୃଦ୍ଧିର ପ୍ରମୁଖ କାରଣ ଭାବରେ ଦୃଢ଼ ଘରୋଇ ଚାହିଦା, ବର୍ଦ୍ଧିତ ନିବେଶ ଏବଂ ବାହ୍ୟ କ୍ଷେତ୍ର ସ୍ଥିରତାକୁ ଉଲ୍ଲେଖ କରିଛନ୍ତି। ଦୃଢ଼ ନୀତି ସମର୍ଥନ, ଢାଞ୍ଚାଗତ ସଂସ୍କାର ଏବଂ ଏକ ସ୍ପନ୍ଦନଶୀଳ ସେବା କ୍ଷେତ୍ର ସକାରାତ୍ମକ ଅଭିବୃଦ୍ଧି ଦୃଷ୍ଟିକୋଣକୁ ଆହୁରି ସୁଦୃଢ଼ ​​କରୁଛି। ଏହି ଆକଳନଗୁଡ଼ିକ ବିଶ୍ୱସ୍ତରୀୟ ଆହ୍ୱାନ ମଧ୍ୟରେ ଉଚ୍ଚ ଅଭିବୃଦ୍ଧି ବଜାୟ ରଖିବା ପାଇଁ ଭାରତର କ୍ଷମତା ଉପରେ ବ୍ୟାପକ ବିଶ୍ୱାସକୁ ଉଜ୍ଜ୍ୱଳ କରୁଛି।

ମୂଲ୍ୟ ସ୍ଥିର ରହିଛି

ଆରବିଆଇ 202526 ଆର୍ଥିକ ବର୍ଷ ପାଇଁ ସିପିଆଇ ମୁଦ୍ରାସ୍ଫୀତି ପୂର୍ବାନୁମାନ 3.1 ପ୍ରତିଶତରୁ 2.6 ପ୍ରତିଶତକୁ ହ୍ରାସ କରିଛି।

ମୁଖ୍ୟ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ମୁଦ୍ରାସ୍ଫୀତି ଲଗାତାର ନଅ ମାସ ପାଇଁ ହ୍ରାସ ପାଇ ଜୁଲାଇ 2025ରେ 8 ବର୍ଷର ସର୍ବନିମ୍ନ 1.6 ପ୍ରତିଶତରେ ପହଞ୍ଚିଥିଲା। ଏହା ଅଗଷ୍ଟରେ 2.1 ପ୍ରତିଶତ ଥିଲା। ସିପିଆଇ ମୁଦ୍ରାସ୍ଫୀତି ଆରବିଆଇ ମୁଦ୍ରାସ୍ଫୀତି ଲକ୍ଷ୍ୟ ସୀମା ମଧ୍ୟରେ ରହିଛି।

ଅନ୍ୟପକ୍ଷରେ ମୁଦ୍ରାସ୍ଫୀତି ହାର 3.8 ପ୍ରତିଶତ (2024-25 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସ) ଏବଂ 3.6 ପ୍ରତିଶତ (2025-26 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସ) ରହିବ ବୋଲି ଆକଳନ କରାଯାଇଥିଲା, କିନ୍ତୁ ପ୍ରକୃତ ଫଳାଫଳ 90 ବିପିଏସ୍ ପର୍ଯ୍ୟନ୍ତ ହ୍ରାସ ପାଇଛି। ଏହି ହ୍ରାସ ନଅ ମାସ ମଧ୍ୟରେ ଖାଦ୍ୟ ମୂଲ୍ୟରେ 10.5 ପ୍ରତିଶତ ହ୍ରାସ ଯୋଗୁଁ ହୋଇଛି, ଯାହା ସିପିଆଇ ସିରିଜରେ ସବୁଠାରୁ ଦୀର୍ଘ।

ଗ୍ରୀଷ୍ମ ଋତୁର ହାଲୁକା ତାପମାତ୍ରା ଋତୁକାଳୀନ ମୂଲ୍ୟ ଚାପକୁ ଆହୁରି କମ କରିଦେଇଥିଲା, ଯାହା ଫଳରେ 2025-26 ଆର୍ଥିକ ବର୍ଷର ପ୍ରଥମ ଏବଂ ଦ୍ୱିତୀୟ ତ୍ରୈମାସିକରେ ପ୍ରକୃତ ମୁଦ୍ରାସ୍ଫୀତି ଆଶାଠାରୁ କମ୍ ରହିଥିଲା।

22 ସେପ୍ଟେମ୍ବର 2025ରୁ ଜିଏସଟି ହାରରେ ସଂସ୍କାର, ଟିକସକୁ ସରଳ କରିଛି ଏବଂ ଉପଭୋକ୍ତାଙ୍କ ପାଇଁ ଦରଦାମ ହ୍ରାସ କରିଛି । ଏହା ବିଭିନ୍ନ ଉତ୍ପାଦ ବର୍ଗସିପିଆଇ ବାସ୍କେଟର ପ୍ରାୟ 11.4 ପ୍ରତିଶତକୁ ପ୍ରଭାବିତ କରିଛି।

ବିଶ୍ୱ ଚାହିଦା ସ୍ଥିର

ଦେଶର ଚଳନ୍ତି ଖାତା ନିଅଣ୍ଟ 2025-26 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଜିଡିପି0.2 ପ୍ରତିଶତକୁ ହ୍ରାସ ପାଇଛି ଯାହା ପୂର୍ବ ବର୍ଷ 0.9 ପ୍ରତିଶତ ଥିଲା। ଏହା ଶକ୍ତିଶାଳୀ ସେବା ରପ୍ତାନି ଏବଂ 35.3 ବିଲିୟନ ଆମେରିକୀୟ ଡଲାରର ମଜବୁତ ରେମିଟେନ୍ସ ଯୋଗୁଁ ସମ୍ଭବ ହୋଇଥିଲା। ଏହା ଭାରତକୁ ବିଶ୍ୱର ସର୍ବବୃହତ ଘରୋଇ ରେମିଟେନ୍ସ ଗ୍ରହଣକାରୀ ରୂପେ ପରିଣତ କରିଛି।

ବିଶ୍ୱ ବାଣିଜ୍ୟ ଅନିଶ୍ଚିତତା ମଧ୍ୟରେ, ଭାରତର ସାମଗ୍ରୀ ରପ୍ତାନି 2.5 ପ୍ରତିଶତ (ଏପ୍ରିଲ-ଅଗଷ୍ଟ 2025) ବୃଦ୍ଧି ପାଇଥିବା ବେଳେ ଆମଦାନୀ 2.1 ପ୍ରତିଶତ ବୃଦ୍ଧି ପାଇଛି। ସେବା ରପ୍ତାନି ଦୁଇ ଅଙ୍କ ବୃଦ୍ଧି ଜାରି ରଖିଛି, 2025-26 ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ପ୍ରକୃତ ରପ୍ତାନି ଏବଂ ସାମଗ୍ରୀ ସେବା ଆମଦାନୀ ଯଥାକ୍ରମେ 6.3 ପ୍ରତିଶତ ଏବଂ 10.9 ପ୍ରତିଶତ ବୃଦ୍ଧି ପାଇଛି।

ଏପ୍ରିଲ-ଜୁଲାଇ 2025 ମଧ୍ୟରେ, ମୋଟ ପ୍ରତ୍ୟକ୍ଷ ବିଦେଶୀ ନିବେଶ (ଏଫଡିଆଇ) ପ୍ରବାହ 37.7 ବିଲିୟନ ଆମେରିକୀୟ ଡଲାରରେ ଦୃଢ଼ ରହିଥିଲା, ଯାହା ଏକ ପସନ୍ଦିତ ନିବେଶ ଗନ୍ତବ୍ୟସ୍ଥଳ ଭାବରେ ଭାରତର ନିରନ୍ତର ଆକର୍ଷଣକୁ ପ୍ରତିଫଳିତ କରେ। ସିଙ୍ଗାପୁର, ଆମେରିକା, ମରିସସ୍, ୟୁଏଇ ଏବଂ ନେଦରଲ୍ୟାଣ୍ଡରୁ ନିଟ୍ ପ୍ରବାହ 10.8 ବିଲିୟନ ଆମେରିକୀୟ ଡଲାରକୁ ବୃଦ୍ଧି ପାଇଛି, ଯାହା ମୋଟ ଏଫଡିଆଇ76 ପ୍ରତିଶତ ଯୋଗଦାନ ଦେଇଛି।

ଲିକ୍ୟୁଡିଟି ଓ ସ୍ଥିରତା

ଆର୍ଥିକ ବର୍ଷ 2025-26ର ଏପ୍ରିଲ-ସେପ୍ଟେମ୍ବର ଅବଧିରେ (ସେପ୍ଟେମ୍ବର 26 ସୁଦ୍ଧା), ବାଣିଜ୍ୟ ନୀତି ଅନିଶ୍ଚିତତା ଏବଂ ଭୂ-ରାଜନୈତିକ ଉତ୍ତେଜନା ମଧ୍ୟରେ ଏକ ସଂକ୍ଷିପ୍ତ ଅସ୍ଥିରତା ସତ୍ତ୍ୱେ ଭାରତୀୟ ଇକ୍ୱିଟି ବଜାରଗୁଡ଼ିକ ଉପରକୁ ଉଠିବାରେ ଲାଗିଥିଲା।

ଆର୍ଥିକ ବର୍ଷ 2025-26ର ଏପ୍ରିଲ-ସେପ୍ଟେମ୍ବର ଅବଧିରେ (ସେପ୍ଟେମ୍ବର 26 ତାରିଖ ସୁଦ୍ଧା) ବିଏସଇ ସେନସେକ୍ସ 3.9 ପ୍ରତିଶତ ବୃଦ୍ଧି ପାଇଛି। 2025-26 ସମୟରେ ବ୍ୟାପକ ବଜାର ସୂଚକାଙ୍କ ମାନଦଣ୍ଡକୁ ପଛରେ ପକାଇ ଦେଇଛି, ବିଏସଇ ମିଡକ୍ୟାପ୍ ଏବଂ ବିଏସଇ ସ୍ମଲକ୍ୟାପ୍ ସୂଚକାଙ୍କ ଯଥାକ୍ରମେ 7.7 ପ୍ରତିଶତ ଏବଂ 12.1 ପ୍ରତିଶତ ବୃଦ୍ଧି ପାଇଛି।

ବିଶ୍ୱବ୍ୟାପୀ ଅନିଶ୍ଚିତତା ମଧ୍ୟରେ ଭାରତୀୟ ଟଙ୍କା ମଧ୍ୟ ଅସ୍ଥିର ହୋଇଥିଲା, କିନ୍ତୁ ସବୁଠାରୁ କମ୍ ଅସ୍ଥିର ଉଦୀୟମାନ ବଜାର ମୁଦ୍ରା ମଧ୍ୟରୁ ଅନ୍ୟତମ ଥିଲା। କମ ଚଳନ୍ତି ଖାତା ନିଅଣ୍ଟ, ସ୍ଥିର ସେବା ରପ୍ତାନି, ଦୃଢ଼ ରେମିଟେନ୍ସ ଏବଂ ସୁସ୍ଥ ବିଦେଶୀ ମୁଦ୍ରା ଭଣ୍ଡାର ସମେତ ଦୃଢ଼ ମୌଳିକ ତତ୍ତ୍ୱ ଦ୍ୱାରା ଏହାର ସ୍ଥିରତା ବଜାୟ ରହିଥିଲା।

ନିଷ୍କର୍ସ

ବ୍ୟାପକ ବ୍ୟବହାର, ନିବେଶ ଏବଂ ସରକାରୀ ଖର୍ଚ୍ଚ କାରଣରୁ ଏପ୍ରିଲ-ସେପ୍ଟେମ୍ବର 2025-26ରେ ଭାରତର ଅର୍ଥବ୍ୟବସ୍ଥା ଏକ ଦୃଢ଼ ସ୍ଥିତିରେ ରହିଥିଲାଅନୁକୂଳ ଖାଦ୍ୟ ମୂଲ୍ୟ ଏବଂ ଜିଏସଟି ସଂସ୍କାର ଦ୍ୱାରା ସମର୍ଥିତ ମୁଦ୍ରାସ୍ଫୀତି ଆଶାଠାରୁ କମ୍ ରହିଥିଲା। ବାହ୍ୟ କ୍ଷେତ୍ରର ସନ୍ତୁଳିତ ପ୍ରଦର୍ଶନ, ସ୍ଥିର ଲିକ୍ୟୁଡିଟି ଏବଂ ସୁସ୍ଥ ଆର୍ଥିକ ବଜାର ଯୋଗୁଁ ସାମଗ୍ରିକ ସ୍ଥିରତା ବଜାୟ ରହିଥିଲା।

 

******

PS

(तथ्य सामग्री आईडी: 150389) आगंतुक पटल : 10


Provide suggestions / comments
इस विश्लेषक को इन भाषाओं में पढ़ें : English , हिन्दी , Urdu , Kannada
Link mygov.in
National Portal Of India
STQC Certificate