Economy
ଶ୍ରମ ସଂସ୍କାର : ଭାରତର ଗିଗ୍ ଓ ପ୍ଲାଟଫର୍ମ କର୍ମଶକ୍ତିଙ୍କ ଆନୁଷ୍ଠାନୀକରଣ ଓ ସୁରକ୍ଷା
प्रविष्टि तिथि:
09 DEC 2025 13:11 PM
ପ୍ରମୁଖ ବିନ୍ଦୁ
• ଗିଗ୍ ଓ ପ୍ଲାଟଫର୍ମ କର୍ମୀମାନଙ୍କୁ ଶ୍ରମ ଆଇନ ଅନୁସାରେ ଆନୁଷ୍ଠାନିକ ଭାବେ ସ୍ୱୀକୃତି ଦିଆଯାଇଛି।
• ସୋସିଆଲ ସିକ୍ୟୁରିଟି ସୁବିଧାରେ ଜୀବନ ଓ ଅସମର୍ଥତା କଭର୍, ସ୍ୱାସ୍ଥ୍ୟ ଓ ମାତୃତ୍ୱ ସୁବିଧା, ପେନସନ, ଦୁର୍ଘଟଣା ବୀମା ଓ ଖେଳନାଘର ଅନ୍ତର୍ଭୁକ୍ତ।
• ଏଗ୍ରିଗେଟରମାନେ ସୋସିଆଲ୍ ସିକ୍ୟୁରିଟି ତହବିଲକୁ ଅନୁଦାନ ଦେବେ ଓ କର୍ମୀମାନଙ୍କ ଅସନ୍ତୋଷ ସମାଧାନ ପାଇଁ ସରକାର ସହଯୋଗ କେନ୍ଦ୍ର ସ୍ଥାପନ କରିବ।
• ପ୍ରତ୍ୟେକ କର୍ମୀ ଇ-ଶ୍ରମ ଦ୍ୱାରା ଆଧାର ସଂଯୁକ୍ତ ଏକ ଅଦ୍ୱିତୀଯ ସଂଖ୍ୟା ପାଇବେ, ଯାହା ଦ୍ୱାରା ବିଭିନ୍ନ ପ୍ଲାଟଫର୍ମରେ ସେ ସୁବିଧା ପାଇପାରିବେ।
ଭାରତର ଗିଗ୍ ଅର୍ଥନୀତି ପାଇଁ ଏକ ଐତିହାସିକ ସଂଶୋଧନ
ଯୁବ ଜନସଂଖ୍ୟା, ଡିଜିଟାଲ୍ ଗ୍ରହଣ ଓ ଦ୍ରୁତ ସହରୀକରଣର କାରଣରୁ ଦ୍ରୁତ ବିକାଶ ଲାଭ କରୁଥିବା ଭାରତର ଗିଗ୍ ଓ ପ୍ଲାଟଫର୍ମ କର୍ମଶକ୍ତି, ନୂଆ ଅର୍ଥନୈତିକ ପରିସ୍ଥିତିର ଗୁରୁତ୍ୱପୂର୍ଣ୍ଣ ଚାଳକ ଭାବେ ଉଭା ହୋଇଛି। ସେମାନଙ୍କ ଭୂମିକାକୁ ସ୍ୱୀକାର କରି, ସୋସିଆଲ୍ ସିକ୍ୟୁରିଟି ୨୦୨୦ (ଏସ୍ ଏସ୍) (ଚାରିଟି ନୂଆ ଶ୍ରମ କୋଡ୍ ମଧ୍ୟରୁ ଗୋଟିଏ) ଗିଗ୍ ଓ ପ୍ଲାଟଫର୍ମ କର୍ମଶକ୍ତିଙ୍କୁ ଆନୁଷ୍ଠାନିକ ଭାବରେ ଗୋଟିଏ ସୁରକ୍ଷା କବଚ ତଳକୁ ଆଣିଛି। ଭାରତର ଡିଜିଟାଲ୍ ଅର୍ଥନୀତି ଯାହା ଦୀର୍ଘଦିନ ଧରି ଚାଲୁଥିଲେ ମଧ୍ୟ ଯଥାପ୍ରାପ୍ତ ସୁରକ୍ଷିତ ନଥିଲା, ସେହି କର୍ମଶକ୍ତି ପାଇଁ ଏହି ସଂଶୋଧନ ଆନୁଷ୍ଠାନିକ ଭାବେ ସୁରକ୍ଷା ସୃଷ୍ଟି କରିଛି।
ଗିଗ୍ ଓ ପ୍ଲାଟଫର୍ମ କର୍ମୀଙ୍କ ସଶକ୍ତୀକରଣ
ଆଇନଗତ ସ୍ୱୀକୃତି, ଛୋଟ ସାମାଜିକ ସୁରକ୍ଷା ଲାଭ, ନିର୍ଦ୍ଧାରିତ କଳ୍ୟାଣ ତହବିଲ୍ ଓ ଜାତୀୟ ନିବନ୍ଧନ ବ୍ୟବସ୍ଥା ଯୋଗାଇ ଦେଇ, ସଂଶୋଧିତ ବ୍ୟବସ୍ଥା ଗିଗ୍ ଓ ପ୍ଲାଟଫର୍ମ କର୍ମୀମାନଙ୍କୁ ଆବଶ୍ୟକ ସୁରକ୍ଷା ଦେଇଛି, ସେମାନଙ୍କୁ ପୋର୍ଟେବଲ୍ ଅଧିକାର ଦ୍ୱାରା ସଶକ୍ତ କରୁଛି ଓ ଅନାନୁଷ୍ଠାନିକ କାମକୁ ନିରାପଦ ଏବଂ ଟିକାଉ ଜୀବିକାରେ ପରିଣତ କରୁଛି।

ଆଇନଗତ ସ୍ୱୀକୃତି
ପେମେଣ୍ଟ ଅଫ ୱେଜେସ ଆକ୍ଟ (୧୯୩୬), ମିନିମମ ୱେଜେସ ଆକ୍ଟ (୧୯୪୮), ଏପିଏଫ ଆକ୍ଟ, ଓ ଇଏସଆଇ ଆକ୍ଟ ଅନୁସାରେ କୌଣସି ସ୍ୱୀକୃତି ନଥିବାରୁ, ଗିଗ୍ ଓ ପ୍ଲାଟଫର୍ମ କର୍ମୀମାନେ ଅନାନୁଷ୍ଠାନିକ କିମ୍ବା ଅସଂଗଠିତ କ୍ଷେତ୍ରର ଅଂଶ ଭାବେ ଦେଖାଯାଉଥିଲେ। ଏସ ଏସ କୋଡ ପ୍ରଥମ ଥର ପାଇଁ ଗିଗ୍ ଓ ପ୍ଲାଟଫର୍ମ କର୍ମୀଙ୍କୁ ଆନୁଷ୍ଠାନିକ ସ୍ୱୀକୃତି ଦେଇ ସେମାନଙ୍କୁ ସୋସିଆଲ୍ ସିକ୍ୟୁରିଟି ଓ ଆଇନଗତ ସୁରକ୍ଷାର ଅଧିନରେ ଆଣିଛି। ସେହି ସ୍ୱୀକୃତିକୁ ବଢାଇବା ପାଇଁ କିଛି ପରିଭାଷା ମଧ୍ୟ ଯୋଡାଯାଇଛି :
• “ଏଗ୍ରିଗେଟର” - ସେବା କ୍ରେତା / ଉପଭୋକ୍ତାଙ୍କୁ ବିକ୍ରେତା କିମ୍ବା ସେବାଦାତା ସହ ବିନିମୟ କରିବା ପାଇଁ ଡିଜିଟାଲ୍ ମାଧ୍ୟମ କିମ୍ବା ବଜାରସ୍ଥଳ।
• ‘ଗିଗ୍ ୱାର୍କର୍ - ପାରମ୍ପରିକ ନିଯୁକ୍ତିଦାତା-ନିଯୁକ୍ତିସଦସ୍ୟ ସମ୍ପର୍କ ବାହାରେ କାମ କରିବା କିମ୍ବା କାମ ବ୍ୟବସ୍ଥାରେ ଯୁକ୍ତ ହୋଇ ଅର୍ଥ ଉପାର୍ଜନ କରୁଥିବା ବ୍ୟକ୍ତି।
• ‘ପ୍ଲାଟଫର୍ମ ୱାର୍କର୍’ - ପ୍ଲାଟଫର୍ମ ଗତ କାମରେ ଯୁକ୍ତ ବ୍ୟକ୍ତି।
• ‘ପ୍ଲାଟଫର୍ମ ୱର୍କ - ପାରମ୍ପରିକ ନିଯୁକ୍ତିଦାତା -ନିଯୁକ୍ତ ସଦସ୍ୟ ସମ୍ପର୍କ ବାହାରେ ଏକ ଏମିତି ବ୍ୟବସ୍ଥା ଯେଉଁଠାରେ ସଂଗଠନ କିମ୍ବା ବ୍ୟକ୍ତି ନିର୍ଦ୍ଧିଷ୍ଟ ସେବା ଦେବା କିମ୍ବା ସମସ୍ୟା ସମାଧାନ ପାଇଁ ଅନ୍ୟ ସଂଗଠନ/ବ୍ୟକ୍ତିଙ୍କୁ ଅନଲାଇନ୍ ପ୍ଲାଟଫର୍ମ ଦ୍ୱାରା ସଂଯୁକ୍ତ କରିଥାନ୍ତି, କିମ୍ବା କେନ୍ଦ୍ର ସରକାର ଦ୍ୱାରା ସୂଚିତ ଅନ୍ୟ କାର୍ଯ୍ୟ ଯାହା ଦେୟ ପ୍ରଦାନ କରି କରାଜଯାଇଥାଏ।
କଲ୍ୟାଣ / ସାମାଜିକ ସୁରକ୍ଷା ପାଣ୍ଠି
ଏସ ଏସ କୋଡ ଅନୁଯାୟୀ, ଏଗ୍ରିଗେଟରମାନେ ବର୍ତ୍ତମାନ ସେମାନଙ୍କ ବାର୍ଷିକ ଟର୍ନଓଭର ୧-୨% (ଗିଗ୍/ପ୍ଲାଟଫର୍ମ କର୍ମୀଙ୍କୁ କରାଯାଇଥିବା ବା କରିବାକୁ ଥିବା ପ୍ରଦାନର ୫% ପର୍ଯ୍ୟନ୍ତ ସୀମିତ) ସୋସିଆଲ୍ ସିକ୍ୟୁରିଟି ତହବିଲକୁ ଦେବାକୁ ପଡିବ। ଏହି ତହବିଲ୍ ସେହି ସମସ୍ତ କର୍ମୀଙ୍କ ପାଇଁ ବିଭିନ୍ନ କଳ୍ୟାଣ ଯୋଜନାକୁ ରାଶି ଯୋଗାଇବ, ଯେଉଁଠାରେ ପୂର୍ବରୁ ସେମାନେ ସମସ୍ତ ବିପଦ ସ୍ୱୟଂ ବହନ କରୁଥିଲେ ଓ ଏଗ୍ରିଗେଟରଙ୍କ ପାଇଁ କୌଣସି ବାଧ୍ୟତା ନଥିଲା। ସରକାର, ସିଏସ ଆର ପଦକ୍ଷେପ ଆଦି ଠାରୁ ଅନେକ ଅର୍ଥ ଯୋଗାଣ ପ୍ରଣାଳୀ ପାଇଁ ମଧ୍ୟ ଏହି କୋଡ୍ ରେ ବ୍ୟବସ୍ଥା କରିଛି।

ସାମାଜିକ ସୁରକ୍ଷା ଯୋଜନା
ପୂର୍ବରୁ ସମ୍ପୂର୍ଣ୍ଣ ଭାବେ ଇଚ୍ଛାମୂଳକ ଯୋଜନା କିମ୍ବା ସି ଏସ ଆର ପଦକ୍ଷେପରେ ନିର୍ଭର ଥିବା ସହିତ ପିଏଫ,ଇ ଏସ ଆଇ, ପେନସନ୍ କିମ୍ବା ବୀମାର କୌଣସି ବୈଧ ଅଧିକାର ନଥିବା ବେଳେ, ବର୍ତ୍ତମାନ ଗିଗ୍ ଓ ପ୍ଲାଟଫର୍ମ କର୍ମୀମାନେ ଦୁର୍ଘଟଣା ବୀମା, ସ୍ୱାସ୍ଥ୍ୟ ଓ ମାତୃତ୍ୱ ଲାଭ ଭଳି ସରକାର ସୂଚିତ ସୋସିଆଲ୍ ସିକ୍ୟୁରିଟି ସୁବିଧା ପାଇବା ଯୋଗ୍ୟ ହୋଇଛନ୍ତି। ଏହି ଐତିହାସିକ ସଂଶୋଧନ, ସେହି କର୍ମୀମାନଙ୍କୁ ଯେଉଁମାନଙ୍କୁ ଆଇନ ଗତ ଭାବେ ପୂର୍ବରୁ ପ୍ରାୟ ଅଦୃଶ୍ୟ ଭାବରେ ଦେଖାଯାଉଥିଲା, ସେମାନଙ୍କୁ ଆନୁଷ୍ଠାନିକ ସାମାଜିକ ସୁରକ୍ଷା ବ୍ୟବସ୍ଥାର ଅଂଶ କରିଛି।
ସୁବିଧାର ପୋର୍ଟାବିଲିଟି
ଗିଗ୍ ଓ ପ୍ଲାଟଫର୍ମ କର୍ମୀମାନେ କାମ କିମ୍ବା ପ୍ଲାଟଫର୍ମ ବଦଳିଲେ ମଧ୍ୟ ସୋସିଆଲ ସିକ୍ୟୁରିଟି ସୁବିଧା ଜାରି ରଖିପାରିବେ-ଏହା ସୁରକ୍ଷା ଓ ସତତାକୁ ନିଶ୍ଚିତ କରେ। ପୂର୍ବରୁ କାମ ବଦଳିଲେ ଏହି ସୁବିଧା ମିଳୁ ନ ଥିଲା। କିନ୍ତୁ ବର୍ତ୍ତମାନ ଇ-ଶ୍ରମ ରେ ନିବନ୍ଧନ ମାଧ୍ୟମରେ ପ୍ରତ୍ୟେକ କର୍ମୀଙ୍କୁ ଆଧାର ସଂଯୁକ୍ତ ବିଶିଷ୍ଟ ଆଇ.ଡଇ ମିଳିବ, ଯାହା ଦ୍ୱାରା ସୋସିଆଲ୍ ସିକ୍ୟୁରିଟି ସୁବିଧାକୁ ବିଭିନ୍ନ ପ୍ଲାଟଫର୍ମରେ ପାଇପାରିବ। ଏକାଧିକ ପ୍ଲାଟଫର୍ମରେ କାମ କରନ୍ତୁ କିମ୍ବା ଗୋଟିଏ ପ୍ଲାଟଫର୍ମରୁ ଅନ୍ୟଟିକୁ ଯାଆନ୍ତୁ, କର୍ମୀମାନେ ସହଜ ଭାବେ ସମସ୍ତ ସୁବିଧା ଜାରି ରଖିପାରିବେ।
ନିବନ୍ଧନ ଓ ତଥ୍ୟଭଣ୍ଡାର
ଗିଗ୍ ଓ ପ୍ଲାଟଫର୍ମ କର୍ମୀମାନେ ସରକାରଙ୍କ ଏ-ଶ୍ରମ ପୋର୍ଟାଲରେ ସ୍ୱୟଂ ନିବନ୍ଧନ କରିପାରିବେ, ଯାହା ଦ୍ୱାରା ସୋସିଆଲ ସିକ୍ୟୁରିଟି, କୌଶଳ ବିକାଶ, ଲକ୍ଷ୍ୟିତ କଳ୍ୟାଣ ବିତରଣ ଓ ନୀତି ପ୍ରସ୍ତୁତି ପାଇଁ ଜାତୀୟ ତଥ୍ୟ ଭଣ୍ଡାର ସୃଷ୍ଟି ହେବ।
ଅଭିଯୋଗ ସମାଧାନ
ପୂର୍ବରୁ ଗିଗ୍ ଓ ପ୍ଲାଟଫର୍ମ କର୍ମୀମାନନ୍ଂକ ପାଇଁ ଆନୁଷ୍ଠାନିକ ଶ୍ରମ ଆଇନର ଅପହଞ୍ଚ ଥିଲା ଏବଂ ଏହିକାରଣରୁ କୌଣସି ଗଠିତ ଅଭିଯୋଗ ସମାଧାନ ପ୍ରଣାଳୀ ମଧ୍ୟ ନଥିଲା। ଏସ ଏସ କୋଡ ଅନୁଯାୟୀ, ଉଚିତ ସରକାର ଟୋଲ୍-ଫ୍ରୀ ହେଲ୍ପଲାଇନ୍, କଲ୍ ସେଣ୍ଟର କିମ୍ବା ସହଯୋଗ କେନ୍ଦ୍ର ସ୍ଥାପନ କରିପାରିଲେ, କର୍ମୀମାନଙ୍କ ଅଭିଯୋଗ ସମସ୍ୟା ସମାଧାନ ହୋଇ ପାରିବ ଏବଂ ସମୟୋପଯୁକ୍ତ ସହଯୋଗ ନିଶ୍ଚିତ ହୋଇ ପାରିବ।
ଅଣାନୁଷ୍ଠାନିକରୁ ସୁରକ୍ଷିତ-ଗିଗ୍ ଅର୍ଥନୀତିର ପରିବର୍ତ୍ତନ
ପୂର୍ବରୁ ଅଦୃଶ୍ୟ, ଅତ୍ୟାଧିକ ସଂବେଦନଶୀଳ ଓ ସମାନ ସୁବିଧା ବିହୀନ ଥିବା ଗିଗ୍ ଓ ପ୍ଲାଟଫର୍ମ କର୍ମୀମାନେ ବର୍ତ୍ତମାନ ମୌଳିକ ସୁରକ୍ଷା ଓ ସୋସିଆଲ୍ ସିକ୍ୟୁରିଟି ଭୋଗ କରୁଛନ୍ତି। ଏହି ସଂଶୋଧନ ଗିଗ୍ ଅର୍ଥନୀତିକୁ ଆନୁଷ୍ଠାନିକ କରିବାର ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ କର୍ମୀମାନଙ୍କୁ ଆଇନଗତ ସ୍ୱୀକୃତି, ପ୍ରାକ୍ତିକ ସମର୍ଥନ ଓ ବର୍ଷ ବର୍ଷ ଧରି ଆପେକ୍ଷିତ କଳ୍ୟାଣ ଯୋଜନାର ପହଞ୍ଚ ସୃଷ୍ଟି କରିଛି। ନିର୍ଦ୍ଧାରିତ ସୋସିଆଲ୍ ସିକ୍ୟୁରିଟି ତହବିଲ୍, ପୋର୍ଟାବଲ୍ ସୁବିଧା ଓ ଇ-ଶ୍ରମ ମାଧ୍ୟମରେ ଜାତୀୟ ନିବନ୍ଧନ ବ୍ୟବସ୍ଥା ଗଢି ଉଠିବାରେ, ଏସ ଏସ କୋଡ ୨୦୨୦ କେବଳ ଆଜିର କର୍ମଶକ୍ତିକୁ ସୁରକ୍ଷା ଦେଉନାହିଁ, ଭବିଷ୍ୟତ ପାଇଁ ଅଧିକ ଅନ୍ତର୍ଭୁକ୍ତିମୂଳକ, ଦୃଢ଼ ଓ ପ୍ରସ୍ତୁତ ଗିଗ୍ ଅର୍ଥନୀତିର ଭିତ୍ତି ରଚିଛି।
(तथ्य सामग्री आईडी: 150568)
आगंतुक पटल : 3
Provide suggestions / comments