ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ନମୁନା ପରୀକ୍ଷଣ ସଂଖ୍ୟା 4 କୋଟିରୁ ଅଧିକ

● କ୍ରମାଗତ 3ୟ ଦିନ ପାଇଁ 9 ଲକ୍ଷରୁ ଉର୍ଦ୍ଧ୍ଵ ପରୀକ୍ଷା

ପୋଷ୍ଟ କରାଯିବା ଦିନାଙ୍କ: 29 AUG 2020 12:29PM by PIB Bhubaneswar

ଜାନୁଆରୀ ଠାରୁ ଚାଲିଥିବା କରୋନା ସଂଗ୍ରାମରେ ଆଉ ଏକ ସଫଳତା ହାସଲ ହୋଇପାରିଛି । ଦେଶରେ ନମୁନା ପରୀକ୍ଷଣ ସଂଖ୍ୟା ଆଜି 4 କୋଟି ଅତିକ୍ରମ କରିଛି ।

କେନ୍ଦ୍ର ସରକାରଙ୍କ ଯୋଜନା ତଥା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କ ଦକ୍ଷ କାର୍ଯ୍ୟ ଯୋଗୁଁ ଆଜିସୁଦ୍ଧା ମୋଟ 4,04,06,609 ନମୁନା ପରୀକ୍ଷା ହୋଇପାରିଛି । ଜାନୁଆରୀରେ ପୁଣେସ୍ଥିତ ଗୋଟିଏ ମାତ୍ର ପରୀକ୍ଷାଗାରରୁ ଆରମ୍ଭ କରାଯାଇଥିବା ପ୍ରଥମ ନମୁନା ପରୀକ୍ଷା ଆଜି 4 କୋଟିରେ ପହଞ୍ଚିଛି ।

ଦିନିକିଆ ପରୀକ୍ଷଣରେ ମଧ୍ୟ ଦୃଷ୍ଟାନ୍ତମୂଳକ ଅଗ୍ରଗତି ଘଟିଛି । ଦିନକୁ 10 ଲକ୍ଷ ପରୀକ୍ଷଣର ଲକ୍ଷ୍ୟ ନେଇ ଦେଶ ଆଗେଇଥିବା ବେଳେ ଗତ 24 ଘଣ୍ଟା ମଧ୍ୟରେ 9,28,761ଟି ନମୁନା ପରୀକ୍ଷା କରାଯାଇଛି ।

ଏହାଫଳରେ ଏକ ନିୟୁତ ପିଛା ନମୁନା ପରୀକ୍ଷଣ 29,280ରେ ପହଞ୍ଚିଛି । ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପରୀକ୍ଷା ସଂଖ୍ୟା ବୃଦ୍ଧି ପାଉଥିଲେ ମଧ୍ୟ ଅଧିକ ପରୀକ୍ଷା ସହ କ୍ରମଶଃ ସଂକ୍ରମଣ ହାର ହ୍ରାସ ପାଇବା ଆଶା କରାଯାଉଛି । ଦେଶରେ ଜାତୀୟ ସଂକ୍ରମଣ ହାର ବର୍ତ୍ତମାନ 8.57 ପ୍ରତିଶତ ଥିବା ବେଳେ ଏହା କ୍ରମାଗତ ହ୍ରାସ ପାଇବାରେ ଲାଗିଛି ।

କୋଭିଡ ପରିଚାଳନାର ମୁଖ୍ୟ ଅଙ୍ଗ ଭାବେ ପରିଗଣିତ ପରୀକ୍ଷା, ଚିହ୍ନଟ ଓ ଉପଚାର ରଣନୀତିକୁ ଭାରତ ସବୁବେଳେ ପାଳନ କରିଆସୁଛି । ବ୍ୟାପକ ପରୀକ୍ଷା ଯୋଗୁଁ  ସଂକ୍ରମିତଙ୍କୁ ଶୀଘ୍ର ଚିହ୍ନଟ କରାଯିବା ସହ ସେମାନଙ୍କ ସହ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିମାନଙ୍କୁ ଠାବ କରାଯାଇ ଆବଶ୍ୟକ ଚିକିତ୍ସା ପ୍ରଦାନ କରାଯାଉଛି ।

ରୋଗ ନିରୂପଣ ପାଇଁ ନମୁନା ପରୀକ୍ଷାଗାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । 1002ଟି ସରକାରୀ ଓ 574ଟି ଘରୋଇ ଏହିପରି ମୋଟ 1576ଟି ପରୀକ୍ଷାଗାରରେ ନମୁନା ପରୀକ୍ଷଣ କରାଯାଉଛି ।  

ନିର୍ଦ୍ଦେଶାବଳୀ ଓ ପରାମର୍ଶ ପାଇଁ ଭିଜିଟ୍‌ କରନ୍ତୁ: https://www.mohfw.gov.in/ and @MoHFW_INDIA ।

କୋଭିଡ୍‌ ସଂକ୍ରାନ୍ତ ବୈଷୟିକ ପ୍ରଶ୍ନ ପଠାଇବା ପାଇଁ covid19[at]gov[dot]in ଏବଂ ଅନ୍ୟାନ୍ୟ ପ୍ରଶ୍ନ ncov2019[at]gov[dot]in and @CovidIndiaSeva ।

କୋଭିଡ-19 ସଂକ୍ରାନ୍ତ କୌଣସି ପ୍ରଶ୍ନ ମଧ୍ୟ ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟର ହେଲ୍‌ପଲାଇନ ନଂ – +91-11-23978046 କିମ୍ବା 1075 (ନିଃଶୁଳ୍କ)କୁ ପଚରା ଯାଇପାରିବ ।

ରାଜ୍ୟଗୁଡିକର ହେଲ୍‌ପଲାଇନ ନଂ: https://www.mohfw.gov.in/pdf/ coronvavirushelplinenumber.pdfରେ ଉପଲବ୍ଧ ।

 

*********

 


(ରିଲିଜ ଆଡି: 1649614) ପରିଦର୍ଶକ କାଉଣ୍ଟର : 336