ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାଂଲାଦେଶର ଜାତୀୟ ଶହୀଦ ସ୍ମାରକୀ ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 26 MAR 2021 2:17PM by PIB Bhubaneswar

https://static.pib.gov.in/WriteReadData/Gallery/PhotoGallery/2021/Mar/H2021032697223.JPG

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦୁଇ ଦିନିଆ ଗସ୍ତରେ ଯାଇ ବାଂଲାଦେଶରେ ପହଞ୍ଚିବାର ତୁରନ୍ତ ପରେ ଜାତୀୟ ଶହୀଦ ସ୍ମାରକୀ ସ୍ଥଳ (ଜାତୀୟ ସୃତି ସୌଦ୍ଧ) ପରିଦର୍ଶନ କରିଥିଲେ ବାଂଲାଦେଶର ଏହି ଜାତୀୟ ସ୍ମାରକୀ ସ୍ଥଳରେ ସେ 1971 ବାଂଲାଦେଶ ମୁକ୍ତି ଯୁଦ୍ଧରେ ନିଜର ପ୍ରାଣବଳୀ ଦେଇଥିବା ଶହୀଦମାନଙ୍କ ସାହସ ବଳିଦାନ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ଢାକାଠାରୁ ଉତ୍ତର-ପଶ୍ଚିମ ଦିଗ 35 କିମି ଦୂରରେ ଥିବା ସାଭର ଠାରେ ଏହା ଅବସ୍ଥିତ ଏବଂ ଏହାକୁ ସୟିଦ ମୟିନୁଲ ହୁସେନ ଡିଜାଇନ କରିଥିଲେ

ପ୍ରଧାନମନ୍ତ୍ରୀ ସ୍ମାରକୀ ପରିସରରେ ଅର୍ଜୁନ ବୃକ୍ଷରୋପଣ କରିବା ସହିତ କିର୍ତ୍ତୀସ୍ଥଳରେ ଥିବା ପରିଦର୍ଶକ ପୁସ୍ତିକାରେ ସ୍ୱାକ୍ଷର କରିଥିଲେ ସେ ଲେଖିଥିଲେ-“ମୁଁ ପ୍ରାର୍ଥନା କରୁଛି ଯେ ସାଭରର ଏହି ଅମର ଜ୍ୟୋତି ସବୁଦିନ ପାଇଁ କପଟ ଅତ୍ୟାଚାର ଉପରେ ସତ୍ୟ ସାହସର ଏପରି ମହାନ ବିଜୟକୁ ସ୍ମରଣ କରିଚାଲିଥିବ

*********

P.S


(ରିଲିଜ ଆଡି: 1707850) ପରିଦର୍ଶକ କାଉଣ୍ଟର : 304