ପୋଷ୍ଟ କରାଯିବା ଦିନାଙ୍କ:
29 APR 2021 10:46AM by PIB Bhubaneswar
କୋଭିଡ ୧୯ ମହାମାରୀ ବିରୋଧୀ ଲଢେଇରେ ଭାରତ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ଅତିକ୍ରମ କରିଛି । ଭାରତର ସାମଗ୍ରିକ କୋଭିଡ ୧୯ ଟିକାକରଣ ୧୫ କୋଟି ଅତିକ୍ରମ କରିଛି ।
ଆଜି ସକାଳ ସାତଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୨,୦୭,୦୬୫ ସେସନରେ ୧୫,୦୦, ୨୦,୬୪୮ କୋଭିଡ ଟୀକା ପ୍ରଦାନ କରାଯାଇଛି । ଏଥିରେ ୯୩,୬୭,୫୨୦ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୧,୪୭,୯୧୮ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୨୩,୧୯,୯୦୩ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୬୬,୧୨,୭୮୯ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୫,୧୪,୯୯,୮୩୪ ପ୍ରଥମ ଡୋଜ ହିତାଧିକାରୀ ଓ ୯୮,୯୨,୩୮୦ ଦ୍ୱିତୀୟ ଡୋଜ ହିତାଧିକାରୀ ୬୦ ବର୍ଷରୁ ଅଧିକ ଓ ୫,୧୦,୨୪,୮୮୬ (ପ୍ରଥମ ଡୋଜ) ଓ ୩୧,୫୫,୪୧୮ (ଦ୍ୱିତୀୟ ଡୋଜ) ୪୫ରୁ ୬୦ ବର୍ଷ ବୟସ୍କ ହିତାଧିକାରୀ ସାମିଲ ଅଛନ୍ତି ।
|
ଏଚସିଡବ୍ଲୁ
|
ଏଫଏଲଡବ୍ଲୁ,
|
୪୫ରୁ ୬୦ ବୟସ ବର୍ଗ
|
୬୦ ବୟସ
|
ସମୁଦାୟ
|
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
|
୯୩,୬୭,୫୨୦
|
୬୧,୪୭,୯୧୮
|
୧,୨୩,୧୯,୯୦୩
|
୬୬,୧୨,୭୮୯
|
୫,୧୦,୨୪,୮୮୬
|
୩୧,୫୫,୪୧୮
|
୫,୧୪,୯୯,୮୩୪
|
୯୮,୯୨,୩୮୦
|
୧୫,୦୦, ୨୦,୬୪୮
|
ଦେଶରେ ଏପର୍ଯ୍ୟନ୍ତ ହୋଇଥିବା ଟୀକାକରଣରେ ୧୦ଟି ରାଜ୍ୟରେ ୬୭.୧୮% ଟୀକା ପ୍ରଦାନ କରାଯାଇଛି ।
ଗତ ୨୪ ଘଣ୍ଟାରେ ୨୧ ଲକ୍ଷରୁ ଅଧିକ ଡୋଜ ପ୍ରଦାନ କରାଯାଇଛି ।
ଟୀକାକରଣ ଅଭିଯାନର ୧୦୩ ଦିନ (ଏପ୍ରିଲ ୨୮, ୨୦୨୧) ସୁଦ୍ଧା ୨୧,୯୩, ୨୮୧ ଟୀକା ଡୋଜ ପ୍ରଦାନ କରାଯାଇଛି ।
୨୦,୯୪୪ ସେସନରେ ୧୨,୮୨,୧୩୫ ହିତାଧିକାରୀ ପ୍ରଥମ ଡୋଜ ଓ ୯,୧୧,୧୪୬ ହିତାଧିକାରୀ ଦ୍ୱିତୀୟ ଡୋଜ ଟୀକା ନେଇଛନ୍ତି ।
|
ତାରିଖ: ଏପ୍ରିଲ ୨୮, ୨୦୨୧ (୧୦୩ ଦିନ)
|
|
ଏଚସିଡବ୍ଲୁ
|
ଏଫଏଲଡବ୍ଲୁ,
|
୪୫ରୁ ୬୦ ବୟସ ବର୍ଗ
|
୬୦ ବୟସ
|
ସମୁଦାୟ ଉପଲବ୍ଧି
|
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
ପ୍ରଥମ ଡୋଜ
|
ଦ୍ୱିତୀୟ ଡୋଜ
|
|
୧୯,୭୪୫
|
୪୧,୬୮୧
|
୯୭,୯୨୮
|
୮୬,୪୧୧
|
୭,୫୦,୩୦୫
|
୨,୨୭,୯୬୬
|
୪,୧୪,୧୫୭
|
୫,୫୫,୦୮୮
|
୧୨,୮୨,୧୩୫
|
୯,୧୧,୧୪୬
|
ଭାରତରେ ଆଜି ପର୍ଯ୍ୟନ୍ତ ୧,୫୦,୮୬,୮୭୮ କୋଭିଡ ରୋଗୀ ସୁସ୍ଥ ହେଲେଣି । ଜାତୀୟ ସୁସ୍ଥତା ହାର ୮୨.୧୦% ରହିଛି ।
ଗତ ୨୪ ଘଣ୍ଟାରେ ୨,୬୯,୫୦୭ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି ।
୧୦ଟି ରାଜ୍ୟରେ ୭୮.୦୭ % ରୋଗୀ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ୩,୭୯,୨୫୭ ନୂଆ ମାମଲା ପଞ୍ଜିକୃତ ହୋଇଛି ।
ଦଶଟି ରାଜ୍ୟ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ଦିଲ୍ଲୀ, କର୍ଣ୍ଣାଟକ, କେରଳ, ଛତିଶଗଡ, ପଶ୍ଚିମବଙ୍ଗ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଓ ରାଜସ୍ଥାନରେ ୭୨.୨୦ % ନୂଆ ମାମଲା ପଞ୍ଜିକୃତ ହୋଇଛି ।
ମହାରାଷ୍ଟ୍ରରେ ସର୍ବାଧିକ ୬୩,୩୦୯ଟି ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ କର୍ଣ୍ଣାଟକରେ ୩୯,୦୪୭ ଓ କେରଳରେ ୩୫,୦୧୩ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ଭାରତର ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ୩୦,୮୪,୮୧୪ରେ ପହଞ୍ଚିଛି । ଏହା ଦେଶର ସମୁଦାୟ ସକ୍ରିୟ ମାମଲାର ୧୬.୭୯ ପ୍ରତିଶତ । ଗତ ୨୪ ଘଣ୍ଟାରେ ସମୁଦାୟ ସକ୍ରିୟ ରୋଗୀ ସଂଖ୍ୟାରେ ୧,୦୬,୧୦୫ ବୃଦ୍ଧି ପାଇଛି ।
ଭାରତର ସମୁଦାୟ ସକ୍ରିୟ ମାମଲାରେ ୧୧ଟି ରାଜ୍ୟର ୭୮.୨୬% ଭାଗିଦାରୀ ରହିଛି ।

ଦେଶରେ କୋଭିଡ ମୃତ୍ୟୁ ହାର (ସିଏଫଆର) ହ୍ରାସ ପାଉଛି ଓ ଏବେ ୧.୧୧% ରହିଛି ।
ଗତ ୨୪ ଘଣ୍ଟାରେ ୩୬୪୫ଟି ମୃତ୍ୟୁ ପଞ୍ଜିକୃତ ହୋଇଛି ।
୧୦ଟି ରାଜ୍ୟରେ ୭୮.୭୧% ନୂଆ କୋଭିଡ ମୃତ୍ୟୁ ମାମଲା ପଞ୍ଜିକୃତ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୧୦୩୫ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀର ଦୈନିକ ୩୬୮ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟାରେ ୬ ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୋଭିଡ ମୃତ୍ୟୁ ହୋଇନାହିଁ । ସେଗୁଡିକ ହେଲା ଦାଦ୍ରା ଓ ନଗରହାବେଳି ଓ ଦାମନ ଓ ଦିଉ, ଲଦାଖ (କେନ୍ଦ୍ରଶାସିତ ଅଞ୍ଚଳ), ତ୍ରିପୁରା, ଲାକ୍ଷାଦ୍ୱୀପ, ମିଜୋରମ, ଅରୁଣାଚଳ ପ୍ରଦେଶ ।
SR