ସ୍ଵତନ୍ତ୍ର ସେବା ଓ ଫିଚର
azadi ka amrit mahotsav

ଚନ୍ଦ୍ରଯାନ-୩ ଅଭିଯାନ ସଫଳ ପାଇଁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ


ଅମୃତକାଳର ପ୍ରାରମ୍ଭରେ ଅବିସ୍ମରଣୀୟ ଉପଲବ୍ଧି - ଧର୍ମେନ୍ଦ୍ର ପ୍ରଧାନ

ବୈଜ୍ଞାନିକ ଓ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ

ବୈଜ୍ଞାନିକଙ୍କ ମନୋବଳ ବଢାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ

ପୋଷ୍ଟ କରାଯିବା ଦିନାଙ୍କ: 23 AUG 2023 9:13PM by PIB Bhubaneswar

କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୩ର ସଫଳ ଅବତରଣ ନେଇ ଖୁସି ପ୍ରକାଶ କରିବା ସହ ଇସ୍ରୋ ସମେତ ଦେଶର ବୈଜ୍ଞାନିକ ସମୂହ ଓ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।  

 

ଶ୍ରୀ ପ୍ରଧାନ କହିଛନ୍ତି ଯେ ଅମୃତକାଳର ପ୍ରାରମ୍ଭରେ ଏହା ଅବିସ୍ମରଣୀୟ ଉପଲବ୍ଧି । ଚନ୍ଦ୍ରଯାନ-୩ର ଐତିହାସିକ ଉପଲବ୍ଧିକୁ ସମଗ୍ର ଭାରତବର୍ଷ ଉତ୍ସାହର ସହ ପାଳନ କରୁଛି । ନରେନ୍ଦ୍ର ମୋଦି ଜଣେ ପ୍ରଧାନମନ୍ତ୍ରୀ ସହ ଜଣେ ନାଗରିକ ମଧ୍ୟ । ସେ ଚନ୍ଦ୍ରଯାନ-୩ ଖବର ସହ ପ୍ରତିଟି ମୁହୂର୍ତ୍ତରେ ଯୋଡି ହୋଇ ରହିଥିଲେ । ପ୍ରଧାନମନ୍ତ୍ରୀ ଯେଉଁଠାରେ ବି ରୁହନ୍ତୁ ଏକ ପରିବାରର ସଦସ୍ୟ ଭଳି ଦେଶ ଏବଂ ଦେଶର ଜନତାଙ୍କ ସାଥୀରେ ରହିଥାନ୍ତି । ଏହି ଗୌରବମୟ ଉପଲବ୍ଧି ଅବସରରେ ବୈଜ୍ଞାନିକଙ୍କ ମନୋବଳ ବଢାଇଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

RoM


(ରିଲିଜ ଆଡି: 1951558) ପରିଦର୍ଶକ କାଉଣ୍ଟର : 19