ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ
azadi ka amrit mahotsav

ମାନେଶ୍ୱର ବ୍ଲକ ରେ ‘ଏକ୍ ପେଡ୍ ମା କେ ନାମ୍’ କାର୍ଯ୍ୟକ୍ରମ



ଜଳ ସଞ୍ଚୟ ଏବଂ ଜନ ଭାଗିଦାରୀ ସଂକ୍ରାନ୍ତରେ ଜନସଚେତନତା

ପୋଷ୍ଟ କରାଯିବା ଦିନାଙ୍କ: 30 JUL 2025 9:15PM by PIB Bhubaneswar

 

ସମ୍ବଲପୁର, ୩୦/୦୭/୨୦୨୫ : ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ସମ୍ବଲପୁର କ୍ଷେତ୍ରୀୟ ଶାଖା ତରଫରୁ ଆଜି ସ୍ଥାନୀୟ ମାନ୍ଧାତା ବାବା ଉଚ୍ଚତର ବିଦ୍ୟାଳୟରେ ଏକ୍ ପେଡ୍ ମା କେ ନାମ୍ ୨.୦, ଜଳ ସଞ୍ଚୟ ଏବଂ ଜନ ଭାଗିଦାରୀ ଶୀର୍ଷକ ଏକ ବିଶାଳ ଜନସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ସହକାରୀ ନିର୍ଦ୍ଦେଶକ ମନମୋହନ ପାଢ଼ୀ ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀଗଣ ଏବଂ ଅଧ୍ୟକ୍ଷ ସହଯୋଗ କରି ସଫଳ କରିଥିଲେ ।

କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ମାନେଶ୍ୱର ବ୍ଲକ ର ଅଧ୍ୟକ୍ଷା ଶ୍ରୀମତୀ ରୁକମଣୀ ମହାନନ୍ଦା ଯୋଗଦେଇ ଉପସ୍ଥିତ ସମସ୍ତ ଅଂଶଗ୍ରହଣକାରୀ ସମାଜ ଏବଂ ସରକାରଙ୍କ ସମସ୍ତ ଜନମଙ୍ଗଳ କାର୍ଯ୍ୟକ୍ରମରେ ସହଭାଗୀ ହେବାପାଇଁ ଗୁରୁତ୍ଵାରୋପ କରିଥିଲେ । ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଗୋଣ୍ଡା ରାମ ଘଡେଇଲ୍ ସମ୍ମାନୀୟ ଅତିଥି ରୂପେ ଯୋଗଦେଇ ଉପସ୍ଥିତ ଛାତ୍ରଛାତ୍ରୀ ଏବଂ ଜନସାଧାରଣଙ୍କୁ ବୃକ୍ଷ ରୋପଣ,ଜଳ ସଞ୍ଚୟ ଓ ସଂରକ୍ଷଣ ଏବଂ ଜନଭାଗିଦାରୀ ଉପରେ ଉଦବୋଧନ ଦେଇ ଅଂଶଗ୍ରହଣକାରୀଙ୍କୁ ଜଣେ ଜଣେ ସମାଜ ପ୍ରତି ଉତ୍ତରଦାୟୀ ଏବଂ ଦାୟିତ୍ବବାନ ନାଗରିକ ହେବାକୁ ଅନୁରୋଧ କରିଥିଲେ ।

କାର୍ଯ୍ୟକ୍ରମରେ ଜଳ ସଞ୍ଚୟ ଏବଂ ସଂରକ୍ଷଣ ର ବିଭିନ୍ନ ଉପାୟ ଉପରେ ବିଷୟ ବିଶେଷଜ୍ଞ ରୂପେ ଯୋଗଦେଇ ଶ୍ରୀ ରଞ୍ଜନ ନାୟକ ଵୁଝାଇଥିବା ବେଳେ କୃଷି ଓ ବୃକ୍ଷ ବିଶେଷଜ୍ଞ ଶ୍ରୀ ଅଶୋକ ପ୍ରଧାନ ଏକ୍ ପେଡ୍ ମା କେ ନାମ୍ ଅର୍ଥାତ୍ ମା'ଙ୍କ ନାମରେ ଗୋଟିଏ ଗଛ ର ଦ୍ଵିତୀୟ ଚରଣ ଅଭିଯାନ ଲକ୍ଷ, ଉଦ୍ଦେଶ୍ୟ ଏବଂ ଆଭିମୁଖ୍ୟ ଉପରେ ନିଜର ବକ୍ତବ୍ୟ ରଖି ଥିଲେ ।

ଏଥି ପୂର୍ବରୁ ଚଳିତମାସ ୨୩ ତାରିଖରେ ଉକ୍ତ ବିଷୟ ଉପରେ ଆୟୋଜିତ ବତ୍କୃତା ଏବଂ ନିବନ୍ଧ ଲିଖନ ପ୍ରତିଯୋଗିତା ର ବିଜେତା ମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ ରୁକମଣୀ ମହାନନ୍ଦା ପୁରସ୍କାର ଏବଂ ମେଧା ପ୍ରମାଣ ପତ୍ର ପ୍ରଦାନ କରିଥିଲେ । ବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକ ଶ୍ରୀ ସତ୍ୟ ନାରାୟଣ ଠାକୁର ଧନ୍ୟବାଦ୍ ପ୍ରଦାନ କରି କେନ୍ଦ୍ରୀୟ ସଞ୍ଚାର କାର୍ଯ୍ୟଳୟର ଏଭଳି ଜନସଚେତନତା କାର୍ଯ୍ୟକ୍ରମ ପାଇଁ ଭୂୟସୀ ପ୍ରଶଂସା କରିଥିଲେ ।

ଏଥି ପୂର୍ବରୁ ଗତକାଲି ବିଦ୍ୟାଳୟ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମାନଙ୍କୁ ନେଇ ଏକ ବିଶାଳ ଜନସଚେତନତା ପଦଯାତ୍ରା ନିକଟସ୍ଥ ଭୁଲୁଆ଼ଁଟିକ୍ରନା ଗାଁ ରେ ପରିକ୍ରମା କରି ଜନମାନସରେ ମାଁ ଟିଏ ଗଛ ଟିଏ, ଜଳ ସଞ୍ଚୟ ଏବଂ ଜନ ଭାଗିଦାରୀ ର ବାର୍ତ୍ତା ପ୍ରଚାରିତ କରାଯାଇଥିଲା ଏବଂ ପରେ ପରେ ବିଦ୍ୟାଳୟ ପରିସରରେ ଛାତ୍ର ଛାତ୍ରୀ , କର୍ମଚାରୀ ଏବଂ ମୁଖ୍ୟ ଅତିଥିଙ୍କ ଦ୍ଵାରା ବୃକ୍ଷ ରୋପଣ ମଧ୍ୟ କରାଯାଇଥିଲା।

କାର୍ଯ୍ୟକ୍ରମର ଅନ୍ୟତମ ଆକର୍ଷଣ ଥିଲା ଅଦୃଶ୍ୟ ନାଟ୍ୟ ଆଶ୍ରମର କଳାକାର ମାନଙ୍କ ଦ୍ବାରା ଗୀତ ଓ ନାଟକ ପରିବେଷଣ ଜରିଆରେ ମନୋରଞ୍ଜନ ସହ ଜଳ, ଜଙ୍ଗଲ, ଜମି, ବୃକ୍ଷ ଏବଂ ଜନଭାଗିଦାରୀ ସଂକ୍ରାନ୍ତରେ ବାର୍ତ୍ତା ଦିଆଯାଇଥିଲା ।


(ରିଲିଜ ଆଡି: 2150470) ପରିଦର୍ଶକ କାଉଣ୍ଟର : 4