ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ପରିବର୍ତ୍ତନଶୀଳ ସେମିକଣ୍ଡକ୍ଟର ଯାତ୍ରା ଉପରେ ଆଲେଖ୍ୟ ଶେୟାର କରିଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 03 SEP 2025 12:24PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ଆଜି କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଲିଖିତ ଏକ ଆଲେଖ୍ୟ ଶେୟାର କରିଛନ୍ତି । ଯେଉଁଥିରେ ଭାରତର ପରିବର୍ତ୍ତନକାରୀ ସେମିକଣ୍ଡକ୍ଟର ଯାତ୍ରା ଉପରେ ଆଲୋକପାତ କରାଯାଇଛି । ସେଥିରେ “ସେମିକନ ଇଣ୍ଡିଆ ସମ୍ମିଳନୀ ୨୦୨୫” ଏହି ପଥର ଗତିଶୀଳତାର ପ୍ରତୀକ ବୋଲି କୁହାଯାଇଛି ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଦ୍ୱାରା ଏକ୍ସରେ କରାଯାଇଥିବା ଏକ ପୋଷ୍ଟର ଉତ୍ତର ଦେଇ ଶ୍ରୀ ମୋଦୀ କହିଛନ୍ତି;

“କେନ୍ଦ୍ରମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତର ପରିବର୍ତ୍ତନଶୀଳ ସେମିକଣ୍ଡକ୍ଟର ଯାତ୍ରା ଉପରେ ଲେଖିଛନ୍ତି । ଏଥିସହ “ସେମିକନ୍ ଇଣ୍ଡିଆ ସମ୍ମିଳନୀ ୨୦୨୫” ଏହି ପଥର ଗତିଶୀଳତାର ପ୍ରତୀକ ବୋଲି ସେ କହିଛନ୍ତି ।

ସେ ଆହୁରିମଧ୍ୟ କହିଛନ୍ତି ଯେ, ଆଗାମୀ ଦଶନ୍ଧିରେ, ଭାରତର ସେମିକଣ୍ଡକ୍ଟର ୟୁନିଟଗୁଡିକ ପରିମାଣ ଏବଂ ପରିପକ୍ୱତା ହାସଲ କରିବା ସହିତ, ଦେଶ ସମଗ୍ର ସେମିକଣ୍ଡକ୍ଟର ମୂଲ୍ୟ ଶୃଙ୍ଖଳା ପାଇଁ ଏକ ପ୍ରତିଯୋଗିତାମୂଳକ କେନ୍ଦ୍ରରେ ପରିଣତ ହେବାକୁ ଯାଉଛି ।”

 

SR


(ରିଲିଜ ଆଡି: 2163404) ପରିଦର୍ଶକ କାଉଣ୍ଟର : 36