ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ପ୍ରତ୍ୟେକ ନାଗରିକଙ୍କ ପାଇଁ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ, ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 04 SEP 2025 8:27PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଦେଶର ପ୍ରତ୍ୟେକ ନାଗରିକଙ୍କ ପାଇଁ ଶସ୍ତା ଏବଂ ସୁଲଭ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ଅତୁଟ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି । ଜନୌଷଧି କେନ୍ଦ୍ର ଏବଂ ଆୟୁଷ୍ମାନ ଭାରତ ଭଳି ପରିବର୍ତ୍ତନକାରୀ ପଦକ୍ଷେପକୁ ଆଗକୁ ନେଇ ସରକାର #NextGenGST ସୁଧାର ସ୍ୱରୂପ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ ଆଗକୁ ନେଇଛନ୍ତି ।

ଏକ୍ସ ରେ ଡା. ସୁମିତ ଶାହଙ୍କ ଏକ ପୋଷ୍ଟରେ ପ୍ରତିକ୍ରିୟା ରଖି ଶ୍ରୀ ମୋଦୀ ଲେଖିଛନ୍ତି;

“ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଶସ୍ତା ସ୍ୱାସ୍ଥ୍ୟସେବା ସର୍ବଦା ଆମର ଲକ୍ଷ୍ୟ ରହିଛି ।

ଜନୌଷଧି କେନ୍ଦ୍ରରୁ ଆୟୁଷ୍ମାନ ଭାରତ ପର୍ଯ୍ୟନ୍ତ ଏବଂ ଏବେ ଆବଶ୍ୟକ ସ୍ୱାସ୍ଥ୍ୟ ଉତ୍ପାଦ ଉପରେ ଜିଏସଟି ହ୍ରାସ ସହିତ, ୩୩ ପ୍ରକାର ଜୀନରକ୍ଷାକାରୀ ଔଷଧ ଉପରେ ଶୂନ ଶୁଳ୍କ ସହିତ, ଆମେ ସମସ୍ତଙ୍କ ପାଇଁ ଗୁଣବତ୍ତା ପୂର୍ଣ୍ଣ ସ୍ୱାସ୍ଥ୍ୟସେବା ସୁଲଭ ଓ ଶସ୍ତା କରିବାକୁ ଆମର ଯାତ୍ରା ଜାରି ରଖିବୁ ।

#NextGenGST”

SR


(ରିଲିଜ ଆଡି: 2164035) ପରିଦର୍ଶକ କାଉଣ୍ଟର : 47