ସ୍ଵତନ୍ତ୍ର ସେବା ଓ ଫିଚର
azadi ka amrit mahotsav

କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ୧୧ ବର୍ଷର ସେବା, ସୁଶାସନ ଓ ଗରିବ କଲ୍ୟାଣ ଆଲୋଚନାଚକ୍ର

ପୋଷ୍ଟ କରାଯିବା ଦିନାଙ୍କ: 20 SEP 2025 8:34PM by PIB Bhubaneswar

 

 

ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ, ବାଲେଶ୍ଵର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ ଭୋଗରାଇ ବ୍ଲକ ଅନ୍ତର୍ଗତ ଆରୁହାବୃତ୍ତି-୧ ପଞ୍ଚାୟତ ପରିସରରେ ‘‘ବିକଶିତ ଭାରତ ଅମୃତକାଳ-୧୧ ବର୍ଷର ସେବା, ସୁଶାସନ, ଗରିବ କଲ୍ୟାଣ’’ ଏବଂ ‘‘ମା’ଙ୍କ ନାମରେ ଗଛଟିଏ ୨.୦’’ ଅଭିଯାନ ସମ୍ପର୍କରେ ସଚେତନତା ଆଲେଚନାଚକ୍ର ଅନୁଷ୍ଠିତ ହୋଇଛି । ଏହି ଅବସରରେ ପଞ୍ଚାୟତ ସରପଞ୍ଚ ଗୀତା ରାଣୀ ଜେନାଙ୍କ ଦ୍ୱାରା ମା’ଙ୍କ ନାମରେ ଗଛଟିଏ ସମ୍ପର୍କରେ ସଚେତନତା ଶୋଭାଯାତ୍ରା ଉଦଘାଟନ କରାଯାଇଥିଲା । ଶହ ଶହ ମହିଳା ପ୍ଲାକାର୍ଡ ଧରି ଗଛ ଲଗାଇବା ଏବଂ ପରିବେଶ ବଞ୍ଚାଇବା ସମ୍ପର୍କରେ ସ୍ଲୋଗାନ ଦେଇ ବିଭିନ୍ନ ଗାଁ ପରିକ୍ରମା କରିଥିଲେ । ପଞ୍ଚାୟତ ପରିସରରେ ୧୦ଟି ବଉଳ ଚାରାରୋପଣ କରାଯାଇଥିଲା । ଆଲୋଚନାଚକ୍ରକୁ ବାଲେଶ୍ଵର କ୍ଷେତ୍ର ପ୍ରଚାର ଅଧିକାରୀ ନିର୍ମାଲ୍ୟ ବେହେରା ପରିଚାଳନା କରିଥିବା ବେଳେ ଦହମୁଣ୍ଡା ସ୍ଥାସ୍ଥ୍ୟ ଆରୋଗ୍ୟ କେନ୍ଦ୍ରର ଆୟୁଷ ଡାକ୍ତର ଲଲାଟେନ୍ଦୁ ଦାସ ସଂଯୋଜନା କରିଥିଲେ । ମୁଖ୍ୟ ଅତିଥି ସରପଞ୍ଚ ଗୀତା ରାଣୀ ଜେନା, ମୁଖ୍ୟବକ୍ତା ପୂର୍ବତନ ବନ ରେଂଜ ଅଧିକାରୀ ସୁକୁମାର ଦାସ, ସମ୍ମାନିତ ଅତିଥି ସାରସ୍ଵତ ସାଧକ ଡ. ବଜେନ୍ଦ୍ରନାଥ ଗିରି, ପଞ୍ଚାୟତ ସଦସ୍ୟା ଅଞ୍ଜଳୀ ଜେନା, ସାମ୍ବାଦିକ ଅଂଶୁମାନ ରାଉତ, ସମାଜସେବୀ ସୁବ୍ରତ କୁମାର ସାହୁ ପ୍ରମୁଖ କେନ୍ଦ୍ର ସରକାରଙ୍କ ୧୧ ବର୍ଷର ସେବା ସୁଶାସନ ,ଗରିବ କଲ୍ୟାଣ ଯୋଜନା ବିଷୟରେ ଆଲୋକପାତ କରିଥିଲେ । ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀଙ୍କ ୧୧ ବର୍ଷର କାର୍ଯ୍ୟକାଳ ପ୍ରଗତିଶୀଳ ଓ ଦୀର୍ଘସ୍ଥାୟୀ ବିକାଶ ଆଣିବା ପାଇଁ ଉତ୍ସର୍ଗୀକୃତ ବୋଲି ସେମାନେ କହିଥିଲେ । ଅତିଥିଗଣଙ୍କ ସହିତ ଉପସ୍ଥିତ ଜନସାଧାରଣ ସ୍ୱଚ୍ଛତା ପାଇଁ ଶପଥ ପାଠ କରିଥିଲେ। ଆଲୋଚନାଚକ୍ରରେ ମା’ଙ୍କ ପାଇଁ ଗଛଟିଏ ପ୍ରଶ୍ନୋତ୍ତର ପ୍ରତିଯୋଗିତାରେ ୫ଜଣ ମହିଳା ପ୍ରତିଯୋଗୀଙ୍କୁ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ପକ୍ଷରୁ ପୁରସ୍କାର ଦିଆଯାଇଥିଲା । କେନ୍ଦ୍ର ସରକାରଙ୍କ ‘‘ସୁସ୍ଥ ନାରୀ ସଶକ୍ତ ପରିବାର’’ ଅଭିଯାନ ଅଧୀନରେ ଦହମୁଣ୍ଡା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର ପରିସରରେ ୧୦୦ଜଣ ମହିଳା ଓ କିଶୋରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଶେଷରେ ମୟୂରଭଞ୍ଜ ବିନରୀ କଲ୍ୟାଣ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ସଂଗୀତ ଓ ନୃତ୍ୟ ପରିବେଷଣ କରାଯାଇଥିଲା। ଏଥିରେ ପଞ୍ଚାୟତର ବହୁ ସଂଖ୍ୟକ ଲୋକ ସାମିଲ ହୋଇଥିଲେ।

 

*****

PS/Swadhin


(ରିଲିଜ ଆଡି: 2169056) ପରିଦର୍ଶକ କାଉଣ୍ଟର : 14