ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତର ଆର୍ଦ୍ରଭୂମି ସୁରକ୍ଷାରେ ବିହାରର ଦୁଇ ନୂତନ ରାମସାର ସାଇଟ ମାଇଲଖୁଣ୍ଟ: ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 27 SEP 2025 6:00PM by PIB Bhubaneswar

 

ରାମସାର ସାଇଟ ତାଲିକାରେ ବିହାରର ଦୁଇଟି ନୂତନ ସ୍ଥାନ - ବକ୍ସର ଜିଲ୍ଲାର ଗୋକୁଳ ଜଳାଶୟ (୪୪୮ ହେକ୍ଟର) ଓ ପଶ୍ଚିମ ଚମ୍ପାରଣ ଜିଲ୍ଲାର ଉଦୟପୁର ହ୍ରଦ (୩୧୯ ହେକ୍ଟର)କୁ ସାମିଲ କରାଯାଇଥିବାରୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରଶଂସା କରିଛନ୍ତି । ଏହା ଭାରତର ପର୍ଯ୍ୟାବରଣ ସଂରକ୍ଷଣ ପାଇଁ ଗୌରବର ମୁହୂର୍ତ୍ତ ବୋଲି କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କ ଦ୍ୱାରା ଏକ୍ସରେ ହୋଇଥିବା ଏକ ପୋଷ୍ଟର ପ୍ରତିକ୍ରିୟାରେ ପ୍ରଧାନମନ୍ତ୍ରୀ କହିଛନ୍ତି;

“ବହୁତ ଚମକ୍ରାର ଖବର! ଆର୍ଦ୍ରଭୂମି ଗୁଡ଼ିକର ଶତତ ବିକାଶ ପାଇଁ ଏହା ବହୁତ ଗୁରୁତ୍ୱପୂର୍ଣ୍ଣ । ବିହାରର ଜନସାଧାରଣଙ୍କୁ ସ୍ୱତନ୍ତ୍ର ଅଭିନନ୍ଦନ, ଯାହା ବିଚାର ଏବଂ କାର୍ଯ୍ୟ ଉଭୟରେ ଦର୍ଶାଉଛି କି ପର୍ଯ୍ୟାବରଣ ସଂରକ୍ଷଣରେ କିପରି ଅଗ୍ରଣୀ କିପରି ହୁଅନ୍ତି ।”

SR


(ରିଲିଜ ଆଡି: 2172286) ପରିଦର୍ଶକ କାଉଣ୍ଟର : 50