ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଭାରତୀୟ ଚେସ୍ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 05 OCT 2026 4:35PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ୪୬ତମ ଏଫ୍‍ଆଇଡିଇ ଚେସ୍ ଅଲିମ୍ପିଆଡରେ ସଫଳତା ପାଇଁ ଭାରତୀୟ ଚେସ୍ ଖେଳାଳିମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ଉତ୍ସାହ ଏବଂ ସଂକଳ୍ପ ହେଉଛି ଅନୁକରଣୀୟ। ଶ୍ରୀ ମୋଦୀ ଆହୁରି ଆଶା ବ୍ୟକ୍ତ କରିଥିଲେ ଯେ ଏହି ସଫଳତା ଆହୁରି ଅନେକ ଯୁବକଯୁବତୀଙ୍କୁ ଚେସ୍ ଖେଳିବା ଏବଂ ଖେଳରେ ଉତ୍କର୍ଷ ହାସଲ କରିବା ପାଇଁ ପ୍ରେରଣା ଯୋଗାଇବ।

ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:

"ଆମର ଚେସ୍ ଖେଳାଳିମାନଙ୍କୁ ଅଭିନନ୍ଦନ! ସେମାନଙ୍କର ଉତ୍ସାହ ଏବଂ ଦୃଢ ସଂକଳ୍ପ ହେଉଛି ଦୃଷ୍ଟାନ୍ତମୂଳକ।

ଏହି ସଫଳତା ଆହୁରି ଅନେକ ଯୁବକଯୁବତୀଙ୍କୁ ଚେସ୍ ଖେଳି ଉତ୍କର୍ଷ ହାସଲ କରିବା ପାଇଁ ପ୍ରେରିତ କରୁ  । "

HS


(ରିଲିଜ ଆଡି: 2319185) ପରିଦର୍ଶକ କାଉଣ୍ଟର : 10