ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଲତା ମଙ୍ଗେସକରଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 OCT 2026 4:37PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଲତା ଦିଦିଙ୍କୁ ତାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରି କହିଛନ୍ତି ଯେ ସେ ତାଙ୍କ ଦିବ୍ୟ ଗାୟନ ପ୍ରତିଭା ମାଧ୍ୟମରେ ସାରା ବିଶ୍ୱରେ ଦେଶକୁ ଗୌରବ ପ୍ରଦାନ କରିଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ କେବଳ ନିଜର ସୁମଧୁର ସ୍ୱରରେ ଭାରତକୁ ଅଲଂକୃତ କରିନଥିଲେ, ବରଂ ଦେଶର ସମୃଦ୍ଧି ସହ ଜଡ଼ିତ ପ୍ରତ୍ୟେକ ପଦକ୍ଷେପକୁ ନିରନ୍ତର ପ୍ରୋତ୍ସାହିତ କରିଥିଲେ। ଶ୍ରୀ ମୋଦୀ ଉଲ୍ଲେଖ କରିଥିଲେ ଯେ ଭାରତୀୟ ସଙ୍ଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ଆଗାମୀ ପିଢ଼ି ପର୍ଯ୍ୟନ୍ତ ସ୍ମରଣୀୟ ହୋଇ ରହିବ।
ଏକ୍ସ ଉପରେ ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ ସେୟାର କରିଛନ୍ତି:
"ସମ୍ମାନନୀୟ ଲତା ଦିଦିଙ୍କୁ ଶ୍ରଦ୍ଧାଞ୍ଜଳି, ଯିଏକି ତାଙ୍କ ଜନ୍ମ ବାର୍ଷିକୀରେ ନିଜର ଦିବ୍ୟ ଗାୟନ ପ୍ରତିଭା ଦ୍ୱାରା ବିଶ୍ୱରେ ଦେଶ ପାଇଁ ଗୌରବ ଆଣି ଦେଇଥିଲେ। ସେ କେବଳ ନିଜର ସୁମଧୁର ସ୍ୱରରେ ଭାରତକୁ ଅଲଂକୃତ କରିନଥିଲେ, ବରଂ ଦେଶର ସମୃଦ୍ଧି ସହ ଜଡ଼ିତ ପ୍ରତ୍ୟେକ ପଦକ୍ଷେପକୁ ସର୍ବଦା ପ୍ରୋତ୍ସାହିତ କରୁଥିଲେ। ଭାରତୀୟ ସଙ୍ଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ଯୁଗ ଯୁଗ ଧରି ସ୍ମରଣୀୟ ହୋଇ ରହିବ ।’’
HS
(ରିଲିଜ ଆଡି: 2319190)
ପରିଦର୍ଶକ କାଉଣ୍ଟର : 9
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Bengali-TR
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam