ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଏସୀୟ କ୍ରୀଡ଼ାରେ ପୁରୁଷ ୪×୪୦୦ ମିଟର ରିଲେରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଧର୍ମବୀର ଚୌଧୁରୀ, ମନୁ ଟି. ଏସ୍., ଜୟ କୁମାର ଏବଂ ବିଶାଲ ଟି. କେ. ଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
05 OCT 2026 5:42PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏସୀୟ କ୍ରୀଡ଼ାରେ ପୁରୁଷ ୪×୪୦୦ ମିଟର ରିଲେରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଧର୍ମବୀର ଚୌଧୁରୀ, ମନୁ ଟି. ଏସ୍., ଜୟ କୁମାର ଏବଂ ବିଶାଲ ଟି. କେ. ଙ୍କୁ ଅଭିନନ୍ଦନ ଜଣାଇଛନ୍ତି।
ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦଳ ଚମତ୍କାର ସମୟ ସହିତ ଏହି ପଦକ ହାସଲ କରିଛି।
ଶ୍ରୀ ମୋଦୀ ଆଶା ବ୍ୟକ୍ତ କରିଥିଲେ ଯେ ସେମାନଙ୍କ ସଫଳତା ଆଗାମୀ ସମୟରେ ଆଥଲେଟିକ୍ସର ଲୋକପ୍ରିୟତା ବୃଦ୍ଧି କରିବାରେ ସହାୟକ ହେବ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ୍ସ ରେ ପୋଷ୍ଟ ହୋଇଛି;
" ବାସ୍ତବରେ ଉଲ୍ଲେଖନୀୟ!
ପୁରୁଷ ୪×୪୦୦ ମିଟର ରିଲେରେ ଚମତ୍କାର ସମୟ ସହିତ ବ୍ରୋଞ୍ଜ ପଦକ ଜିତିଥିବାରୁ ଧର୍ମବୀର ଚୌଧୁରୀ, ମନୁ ଟି. ଏସ୍., ଜୟ କୁମାର ଏବଂ ବିଶାଲ ଟି. କେ. ଙ୍କୁ ଅଭିନନ୍ଦନ। ସେମାନଙ୍କ ସଫଳତା ଆଗାମୀ ସମୟରେ ଆଥଲେଟିକ୍ସର ଲୋକପ୍ରିୟତାରେ ଯୋଗଦାନ କରୁ: ପ୍ରଧାନମନ୍ତ୍ରୀ @narendramodi "
HS
(ରିଲିଜ ଆଡି: 2319275)
ପରିଦର୍ଶକ କାଉଣ୍ଟର : 11
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Assamese
,
Bengali
,
Manipuri
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam