ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସରକାରଙ୍କ ମୁଖ୍ୟ ଭାବରେ ରାଷ୍ଟ୍ରସେବାର ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ପାଇଁ ସର୍ବିଆର ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ବୁସିକ୍‌ଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 07 OCT 2026 9:10PM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସର୍ବିଆର ରାଷ୍ଟ୍ରପତି ଆଲେକ୍‌ଜାଣ୍ଡର ବୁସିକ୍‌ଙ୍କୁ ତାଙ୍କର ଆନ୍ତରିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ ଭାରତ-ସର୍ବିଆ ଭାଗୀଦାରୀକୁ ସୁଦୃଢ଼ କରିବାରେ ସର୍ବିଆର ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ଅବଦାନକୁ ସେ ବେଶ୍ ପ୍ରଶଂସା କରନ୍ତି ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ଆପଣଙ୍କ ଆନ୍ତରିକ ଶବ୍ଦ ଏବଂ ବନ୍ଧୁତା ପାଇଁ ଧନ୍ୟବାଦ ।

ଭାରତ-ସର୍ବିଆ ଭାଗୀଦାରୀକୁ ସୁଦୃଢ଼ କରିବାରେ ଆପଣଙ୍କର ବ୍ୟକ୍ତିଗତ ଅବଦାନକୁ ମୁଁ ଖୁବ୍ ପ୍ରଶଂସା କରେ ।

ଆପଣଙ୍କ ନେତୃତ୍ୱରେ ସର୍ବିଆରେ ଅସାଧାରଣ ପରିବର୍ତ୍ତନ ଆସିଛି । ଆପଣ ଦୃଢ଼ ସଂକଳ୍ପ ଓ ନିଷ୍ଠା ସହ ସର୍ବିଆର ସେବା କରିଛନ୍ତି ।

ମୁଁ ଭାରତ-ସର୍ବିଆ ଭାଗୀଦାରୀକୁ ଆହୁରି ଉଚ୍ଚ ସ୍ତରକୁ ନେବା ପାଇଁ ଆଶାବାଦୀ ରହିଛି ।”

@avucic

 

SR


(ରିଲିଜ ଆଡି: 2321139) ପରିଦର୍ଶକ କାଉଣ୍ଟର : 3