ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସରକାରଙ୍କ ମୁଖ୍ୟ ଭାବେ ଦେଶ ସେବାରେ ୨୫ ବର୍ଷ ପୂରଣ କରିବା ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2026 10:12AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜୀଙ୍କୁ ତାଙ୍କର ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ସମଗ୍ର ଭାରତରେ ବିଶେଷକରି ଗରିବ ଓ ବଞ୍ଚିତ ଶ୍ରେଣୀର ଲୋକଙ୍କ ଜୀବନରେ ଘଟୁଥିବା ପରିବର୍ତ୍ତନ ସମ୍ପର୍କରେ ତାଙ୍କର ମତାମତ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା କିଛି ହାସଲ କରାଯାଇଛି, ତାହା ୧୪୦ କୋଟି ଭାରତୀୟଙ୍କ ସାମୂହିକ ସଂକଳ୍ପର ଫଳାଫଳ ।”

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ପୂର୍ବତନ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ଜୀ, ଆପଣଙ୍କର ଶୁଭେଚ୍ଛା ଓ ସଦ୍ଭାବପୂର୍ଣ୍ଣ ଶବ୍ଦ ପାଇଁ କୃତଜ୍ଞତା ।

ସମଗ୍ର ଭାରତରେ, ବିଶେଷକରି ଗରିବ ଓ ବଞ୍ଚିତ ବର୍ଗର ଲୋକଙ୍କ ଜୀବନରେ ଘଟୁଥିବା ପରିବର୍ତ୍ତନ ସମ୍ପର୍କରେ ତାଙ୍କର ମତାମତ ମୋ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା କିଛି ହାସଲ ହୋଇଛି, ତାହା ୧୪୦ କୋଟି ଭାରତୀୟଙ୍କ ସାମୂହିକ ସଂକଳ୍ପର ପରିଣାମ ।”

@ramnathkovind

 

SR


(ରିଲିଜ ଆଡି: 2321143) ପରିଦର୍ଶକ କାଉଣ୍ଟର : 5