ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ସରକାରଙ୍କ ମୁଖ୍ୟ ଭାବରେ ଦେଶ ପାଇଁ ୨୫ ବର୍ଷର ସେବା ପୂର୍ତ୍ତି ଅବସରରେ ଶୁଭେଚ୍ଛା ଜଣାଇଥିବାରୁ ନାଇଜେରିଆର ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କୁ କୃତଜ୍ଞତା ଜଣାଇଲେ ପ୍ରଧାନମନ୍ତ୍ରୀ
ପୋଷ୍ଟ କରାଯିବା ଦିନାଙ୍କ:
09 OCT 2026 10:13AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ନାଇଜେରିଆର ରାଷ୍ଟ୍ରପତି ବୋଲା ଅହମ୍ମଦ ଟିନୁବୁଙ୍କୁ ତାଙ୍କର ହାର୍ଦ୍ଦିକ ଶୁଭେଚ୍ଛା ପାଇଁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀ ମୋଦୀ କହିଛନ୍ତି ଯେ, ଭାରତ ଏବଂ ନାଇଜେରିଆ ନିକଟତମ ଅଂଶୀଦାର ତଥା ଗ୍ଲୋବାଲ ସାଉଥର ପ୍ରମୁଖ ସ୍ୱର । ଶ୍ରୀ ମୋଦୀ ଭାରତ ଏବଂ ନାଇଜେରିଆ ମଧ୍ୟରେ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ଏବଂ ଏକ ସମାବେଶୀ, ସମୃଦ୍ଧ ତଥା ଶାନ୍ତିପୂର୍ଣ୍ଣ ବିଶ୍ୱର ସହଭାଗୀ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରକାଶ କରିଛନ୍ତି ।
ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;
ଭାରତ ଏବଂ ନାଇଜେରିଆ ନିକଟତମ ଅଂଶୀଦାର ଅଟନ୍ତି ଏବଂ ଗ୍ଲୋବାଲ୍ ସାଉଥ୍ର ପ୍ରମୁଖ ସ୍ୱର। ଆମର ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ଏବଂ ଏକ ଅଧିକ ସମାବେଶୀ, ସମୃଦ୍ଧ ତଥା ଶାନ୍ତିପୂର୍ଣ୍ଣ ବିଶ୍ୱ ପାଇଁ ଆମର ସହଭାଗୀ ଦୃଷ୍ଟିକୋଣକୁ ଆଗକୁ ବଢ଼ାଇବା ପାଇଁ ସହଯୋଗ ଜାରି ରଖିବାକୁ ମୁଁ ଆଗ୍ରହୀ ରହିଛି ।
@NGRPresident
SR
(ରିଲିଜ ଆଡି: 2321145)
ପରିଦର୍ଶକ କାଉଣ୍ଟର : 4
ଏହି ରିଲିଜ ପଢନ୍ତୁ :
English
,
हिन्दी
,
Marathi
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam