ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ଜାପାନର ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପତ୍ନୀ ଆକି ଆବେଙ୍କୁ ସାକ୍ଷାତ କଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2026 10:36AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ଜାପାନର ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପତ୍ନୀ ଶ୍ରୀମତୀ ଆକି ଆବେଙ୍କୁ ଭେଟିଥିଲେ ଏବଂ ଭାରତ ସହିତ ତାଙ୍କର ଦୀର୍ଘସ୍ଥାୟୀ ସମ୍ପର୍କ ପାଇଁ ଗଭୀର ପ୍ରଶଂସା କରିଥିଲେ ।

ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଜଣେ ଘନିଷ୍ଠ ବନ୍ଧୁ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତା ଭାବରେ ମନେ ପକାଇଥିଲେ, ଯିଏ ଭାରତ-ଜାପାନ ସମ୍ପର୍କକୁ ନୂତନ ଶୀର୍ଷତାକୁ ନେଇ ଯିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।

ଶ୍ରୀ ମୋଦୀ କହିଥିଲେ ଯେ, ବାରଣାସୀର ରୁଦ୍ରାକ୍ଷ କନ୍‌ଭେନ୍‌ସନ୍ ସେଣ୍ଟରରେ ‘ଆବେ ମେମୋରିଆଲ୍ କରିଡର୍‌’ର ଉଦ୍‌ଘାଟନ, ଭାରତ-ଜାପାନ ବନ୍ଧୁତ୍ୱ ପ୍ରତି ସିଞ୍ଜୋ ଆବେଙ୍କ ଚିରସ୍ଥାୟୀ ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅଟେ ।

ଏକ୍ସରେ ଏକ ପୋଷ୍ଟରେ ଶ୍ରୀ ମୋଦୀ କହିଛନ୍ତି;

“ଜାପାନର ଦିବଂଗତ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ପତ୍ନୀ ଶ୍ରୀମତୀ ଆକି ଆବେଙ୍କୁ ସାକ୍ଷାତ କରି ଖୁସି ଲାଗିଲା । ଭାରତ ସହିତ ତାଙ୍କର ଦୀର୍ଘସ୍ଥାୟୀ ସମ୍ପର୍କକୁ ମୁଁ ବହୁତ ଗୁରୁତ୍ୱ ଦିଏ ।

ଆବେ-ସାନ୍ ଜଣେ ଘନିଷ୍ଠ ବନ୍ଧୁ ଏବଂ ଦୂରଦୃଷ୍ଟିସମ୍ପନ୍ନ ନେତା ଥିଲେ, ଯିଏ ଭାରତ-ଜାପାନ ସମ୍ପର୍କକୁ ନୂତନ ଉଚ୍ଚତାକୁ ନେଇଯିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଗତ କାଲି ବାରଣାସୀର ରୁଦ୍ରାକ୍ଷ କନ୍‌ଭେନ୍‌ସନ୍ ସେଣ୍ଟର୍‌ରେ ‘ଆବେ ମେମୋରିଆଲ୍ କରିଡର୍‌’ର ଉଦ୍‌ଘାଟନ ଭାରତ-ଜାପାନ ବନ୍ଧୁତ୍ୱ ପ୍ରତି ତାଙ୍କର ଚିରସ୍ଥାୟୀ ଅବଦାନ ପାଇଁ ଏକ ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ଅଟେ ।

@akie_official”

 

SR


(ରିଲିଜ ଆଡି: 2321154) ପରିଦର୍ଶକ କାଉଣ୍ଟର : 9