ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
azadi ka amrit mahotsav

ସରକାରଙ୍କ ମୁଖ୍ୟ ଭାବେ ଦେଶ ସେବାର ୨୫ ବର୍ଷ ପୂର୍ତ୍ତୀ ଅବସରରେ ଶୁଭେଚ୍ଛା ଜଣାଇଥିବାରୁ କାଜାକସ୍ତାନ ରାଷ୍ଟ୍ରପତି କାସିମ୍‌-ଜୋମାର୍ଟ ତୋକାୟେଭଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 09 OCT 2026 10:41AM by PIB Bhubaneswar

 

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ, ସରକାରଙ୍କ ମୁଖ୍ୟ ଭାବରେ ଦେଶ ସେବାର ୨୫ ବର୍ଷ ପୂର୍ତ୍ତୀ ଅବସରରେ ଶୁଭେଚ୍ଛା ଜଣାଇଥିବାରୁ କାଜାକସ୍ତାନର ରାଷ୍ଟ୍ରପତି ଶ୍ରୀ କାସିମ୍‌-ଜୋମାର୍ଟ ତୋକାୟେଭଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ସେ କାଜାକସ୍ତାନ ସହିତ ଥିବା ଘନିଷ୍ଠ ବନ୍ଧୁତା ଏବଂ ରଣନୈତିକ ଭାଗୀଦାରୀକୁ ଅତ୍ୟନ୍ତ ଗୁରୁତ୍ୱ ଦିଅନ୍ତି ଏବଂ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ତଥା ଗଭୀର କରିବା ପାଇଁ ମିିଳିତ ଭାବରେ କାର୍ଯ୍ୟ କରିବାକୁ ଆଶା ରଖିଛନ୍ତି ।

ଶ୍ରୀ ମୋଦୀ ଏକ୍ସରେ ପୋଷ୍ଟ କରିଛନ୍ତି;

“ରାଷ୍ଟ୍ରପତି ତୋକାୟେଭ, ଆପଣଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ । ମୁଁ କାଜାକସ୍ତାନ ସହିତ ଆମର ଘନିଷ୍ଠ ବନ୍ଧୁତା ଏବଂ ରଣନୈତିକ ଭାଗୀଦାରୀକୁ ଅତ୍ୟନ୍ତ ଗୁରୁତ୍ୱ ଦିଏ । ଆମର ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ସୁଦୃଢ଼ ତଥା ଗଭୀର କରିବା ପାଇଁ ଏକତ୍ର କାମ କରିବାକୁ ମୁଁ ଆଶାବାଦୀ ଅଛି ।”

@TokayevKZ”

 

SR


(ରିଲିଜ ଆଡି: 2321157) ପରିଦର୍ଶକ କାଉଣ୍ଟର : 5