ରେଳ ମନ୍ତ୍ରଣାଳୟ
azadi ka amrit mahotsav

ଆର୍ଥିକ ବର୍ଷ ୨୦୨୬-୨୭ର ପ୍ରଥମ ଛଅ ମାସରେ ପୂର୍ବ ତଟ ରେଳପଥର ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ।

ପୋଷ୍ଟ କରାଯିବା ଦିନାଙ୍କ: 08 OCT 2026 10:50AM by PIB Bhubaneswar

* ପ୍ରଥମ ଛଅ ମାସରେ ୧୨୦.୭୬ ମିଲିୟନ ଟନ୍ ପଣ୍ୟ ବୋଝେଇ, ଗତବର୍ଷ ତୁଳନାରେ ୩.୪% ବୃଦ୍ଧି
* ଖୋର୍ଦ୍ଧା ରୋଡ୍ ମଣ୍ଡଳ ୮୭.୬୪ ମିଲିୟନ ଟନ୍, ରାୟଗଡ଼ା ୧୯.୯୭ ମିଲିୟନ ଟନ୍ ଏବଂ ସମ୍ବଲପୁର ୧୩.୧୫ ମିଲିୟନ ଟନ୍ ପଣ୍ୟ ବୋଝେଇ କରିଛି
* ୮.୮% ଅଭିବୃଦ୍ଧି ସହ ରାୟଗଡ଼ା ମଣ୍ଡଳର ସର୍ବାଧିକ ବୃଦ୍ଧି

 

ପୂର୍ବ ତଟ ରେଳପଥ ଚଳିତ ଆର୍ଥିକ ବର୍ଷ ୨୦୨୬-୨୭ରେ ପଣ୍ୟ ବୋଝେଇ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ପୂର୍ବ ତଟ ରେଳପଥ ୧୨୦.୭୬ ମିଲିୟନ ଟନ୍(ଏମ୍‌ଟି) ପଣ୍ୟ ବୋଝେଇ କରିଛି। ଗତ ଆର୍ଥିକ ବର୍ଷର ସମାନ ଅବଧିରେ ଏହା ୧୧୬.୭୮ ମିଲିୟନ ଟନ୍ ଥିବାବେଳେ, ଚଳିତ ବର୍ଷ ପଣ୍ୟ ବୋଝେଇରେ ୩.୪% ଅଭିବୃଦ୍ଧି ହାସଲ ହୋଇଛି।

ପୂର୍ବ ତଟ ରେଳପଥ ଦ୍ୱାରା ନିରନ୍ତର ଏବଂ ସମନ୍ୱିତ ପ୍ରଚେଷ୍ଟା, ଦକ୍ଷ ପଣ୍ୟ ପରିବହନ ପରିଚାଳନା ଏବଂ ପଣ୍ୟ ବୋଝେଇ  କାର୍ଯ୍ୟର ନିରବଚ୍ଛିନ୍ନତା ସୁନିଶ୍ଚିତ କରିବା ଦ୍ୱାରା ଏହି ଅଭିବୃଦ୍ଧି ସମ୍ଭବ ହୋଇପାରିଛି। ପ୍ରଭାବଶାଳୀ ଯୋଜନା, ବିଭିନ୍ନ ହିତଧାରୀଙ୍କ ସହ ଘନିଷ୍ଠ  ସମନ୍ୱୟ ଏବଂ ମଣ୍ଡଳଗୁଡ଼ିକରେ ପଣ୍ୟ ପରିବହନ କାର୍ଯ୍ୟର ସୁଦକ୍ଷ ପରିଚାଳନା ମାଧ୍ୟମରେ ପୂର୍ବତଟ ରେଳପଥ ପଣ୍ୟ ବୋଝେଇ ଓ ପରିବହନକୁ ସ୍ଥିର ରଖିବା ସହ ସାମଗ୍ରିକ ପଣ୍ୟ ପରିବହନ ପ୍ରଦର୍ଶନରେ ଅଭିବୃଦ୍ଧି ହାସଲ କରିଛି।

ମଣ୍ଡଳଗୁଡ଼ିକର ଉଲ୍ଲେଖନୀୟ ପ୍ରଦର୍ଶନ

ତିନୋଟି ମଣ୍ଡଳ ମଧ୍ୟରୁ, ଖୋର୍ଦ୍ଧା ରୋଡ୍ ମଣ୍ଡଳ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୮୭.୬୪ ମିଲିୟନ ଟନ୍ ପଣ୍ୟ ବୋଝେଇ କରି ଗତବର୍ଷ ତୁଳନାରେ ୧.୭% ଅଭିବୃଦ୍ଧି ହାସଲ କରିଛି। ରାୟଗଡ଼ା ମଣ୍ଡଳ ୧୯.୯୭ ମିଲିୟନ ଟନ୍ ପଣ୍ୟ ବୋଝେଇ କରି ୮.୮% ଅଭିବୃଦ୍ଧି ହାସଲ କରିଥିବାବେଳେ, ସମ୍ବଲପୁର ମଣ୍ଡଳ ୧୩.୧୫ ମିଲିୟନ ଟନ୍ ପଣ୍ୟ ବୋଝେଇ କରି ୭.୩% ଅଭିବୃଦ୍ଧି ହାସଲ କରିଛି।

କୋଇଲା ଓ ଲୌହପଥର ବୋଝେଇରେ ଅଭିବୃଦ୍ଧି

ପୂର୍ବ ତଟ ରେଳପଥର ପଣ୍ୟ ବୋଝେଇରେ କୋଇଲା ପ୍ରମୁଖ ଯୋଗଦାନକାରୀ ଭାବେ ରହିଛି। ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ  କୋଇଲା ବୋଝେଇ ୭୧.୦୧ ମିଲିୟନ ଟନ୍ ହୋଇଛି। ଗତବର୍ଷର ସମାନ ଅବଧିରେ ୬୮.୪୬ ମିଲିୟନ ଟନ୍ କୋଇଲା ବୋଝେଇ ହୋଇଥିବାବେଳେ, ଚଳିତ ବର୍ଷ ଏଥିରେ ୩.୭% ଅଭିବୃଦ୍ଧି ହୋଇଛି।

ଲୌହପଥର ବୋଝେଇରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ହୋଇଛି। ଲୌହପଥର ବୋଝେଇ ୧୭.୧୯ ମିଲିୟନ ଟନ ବୃଦ୍ଧି ପାଇ ୧୯.୬୦ ମିଲିୟନ ଟନରେ  ପହଞ୍ଚିଛି, ଯାହା ୧୪.୦% ଅଭିବୃଦ୍ଧି ଦର୍ଶାଉଛି। କଣ୍ଟେନର ବୋଝେଇରେ ମଧ୍ୟ ୭.୮% ଅଭିବୃଦ୍ଧି ହୋଇ ୨.୧୦ ମିଲିୟନ ଟନରେ  ପହଞ୍ଚିଛି। ଲୌହ ଓ ଇସ୍ପାତ ବୋଝେଇରେ ୦.୩% ସାମାନ୍ୟ ଅଭିବୃଦ୍ଧି ହୋଇଛି।

ଲୌହପଥର ବୋଝେଇରେ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ରେକର୍ଡ ହୋଇଛି। ଲୌହପଥର ବୋଝେଇ ଗତବର୍ଷର ୧୭.୧୯ ମିଲିୟନ ଟନ୍ ତୁଳନାରେ ବୃଦ୍ଧି ପାଇ ୧୯.୬୦ ମିଲିୟନ ଟନରେ  ପହଞ୍ଚିଛି, ଯାହା ୧୪.୦% ଅଭିବୃଦ୍ଧି ଦର୍ଶାଉଛି। ସେହିପରି, କଣ୍ଟେନର ବୋଝେଇରେ ୭.୮% ଅଭିବୃଦ୍ଧି ହୋଇ ଏହା ୨.୧୦ ମିଲିୟନ ଟନରେ ପହଞ୍ଚିଛି। ଲୌହ ଓ ଇସ୍ପାତ ବୋଝେଇରେ ମଧ୍ୟ ୦.୩% ଅଭିବୃଦ୍ଧି ରେକର୍ଡ ହୋଇଛି।

ପଣ୍ୟ ଅନ୍‌ଲୋଡିଂରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି

ଚଳିତ ଆର୍ଥିକ ବର୍ଷରେ ପୂର୍ବ ତଟ ରେଳପଥ ପଣ୍ୟ ଅନ୍‌ଲୋଡିଂ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଦର୍ଶନ କରିଛି। ଏପ୍ରିଲରୁ ସେପ୍ଟେମ୍ବର ୨୦୨୬ ମଧ୍ୟରେ ପୂର୍ବ ତଟ ରେଳପଥ ୧୦୯.୬୬ ମିଲିୟନ ଟନ୍ ମାଲ ଅନ୍‌ଲୋଡ୍ କରିଛି। ଗତବର୍ଷର ସମାନ ଅବଧିରେ ୧୦୦.୧୧ ମିଲିୟନ ଟନ୍ ତୁଳନାରେ ଏହା ୧୦% ଅଭିବୃଦ୍ଧି ହୋଇଛି।

ମଣ୍ଡଳଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ସର୍ବାଧିକ ୭୮.୩୩ ମିଲିୟନ ଟନ୍ ପଣ୍ୟ ଅନ୍‌ଲୋଡ୍ କରି ୧୧% ଅଭିବୃଦ୍ଧି ହାସଲ କରିଛି। ସମ୍ବଲପୁର ମଣ୍ଡଳ ୨୨.୮୪ ମିଲିୟନ ଟନ୍ ପଣ୍ୟ ଅନ୍‌ଲୋଡ୍ କରି ୬% ଅଭିବୃଦ୍ଧି ହାସଲ କରିଥିବାବେଳେ, ରାୟଗଡ଼ା ମଣ୍ଡଳ ୮.୪୯ ମିଲିୟନ ଟନ୍ ପଣ୍ୟ ଅନ୍‌ଲୋଡ୍ କରି ୩% ଅଭିବୃଦ୍ଧି ହାସଲ କରିଛି।


(ରିଲିଜ ଆଡି: 2321163) ପରିଦର୍ଶକ କାଉଣ୍ଟର : 2