ଦୀର୍ଘ 16 ବର୍ଷର ବ୍ୟବଧାନ ପରେ ରାଷ୍ଟ୍ରୀୟ ସଂଗ୍ରହାଳୟ ଗବେଷଣା ବୁଲେଟିନ ଜାରି କଲେ ଡ଼କ୍ଟର ମହେଶ ଶର୍ମା
ସଂସ୍କୃତି ରାଷ୍ଟ୍ରମନ୍ତ୍ରୀ ଡ଼କ୍ଟର ମହେଶ ଶର୍ମା (ସ୍ୱାଧୀନ ଦାୟିତ୍ୱ) ଏବଂ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ, ରାଷ୍ଟ୍ରୀୟ ସଂଗ୍ରହାଳୟ (ସଂସ୍କୃତି ମନ୍ତ୍ରଣାଳୟ)ର ଦୁଇଟି ଗୁରୁତ୍ୱପୂର୍ଣ୍ଣ ପ୍ରକାଶନ, ‘ସିନ୍ଧୁ ଘାଟି ସଭ୍ୟତା: ଏକ ପରିଚୟ’ (ହିନ୍ଦୀ) ଏବଂ ‘ରାଷ୍ଟ୍ରୀୟ ସଂଗ୍ରହାଳୟ ଗବେଷଣା ବୁଲେଟିନ ସଂଖ୍ୟା 10’ : ସ୍ୱତନ୍ତ୍ର ସଂଖ୍ୟା (ନିଜସ୍ୱ ମୁଦ୍ରଣ)କୁ ଆଜି ନୂଆଦିଲ୍ଲୀଠାରେ ଉନ୍ମୋଚନ କରିଛନ୍ତି । ଦୀର୍ଘ 16 ବର୍ଷ ପରେ ଏହାର ପୁନଃ ମୁଦ୍ରଣ କରାଯାଇଛି ।
ଏହି ଅବସରରେ ଡ଼କ୍ଟର ଶର୍ମା, ରାଷ୍ଟ୍ରୀୟ ସଂଗ୍ରହାଳୟର ଉଦ୍ୟମକୁ ଶୁଭେଚ୍ଛା ଜଣାଇବା ସହ ଏହି ଗବେଷଣା ବୁଲେଟିନ ପୁନଃ ମୁଦ୍ରଣ ବା ପୁର୍ନଜିବନ ପାଇବା ଦ୍ୱାରା ରାଷ୍ଟ୍ରୀୟ ସଂଗ୍ରହାଳୟର କାର୍ଯ୍ୟକ୍ରମ ସଂପର୍କରେ ସଚେତନତା ସୃଷ୍ଟି ଦିଗରେ ସହାୟକ ହୋଇପାରିବ ବୋଲି କହିଛନ୍ତି । ଡ଼କ୍ଟର ଶର୍ମା କହିଛନ୍ତି, ଯଦିଓ ଭାରତ ବିବିଧତାରେ ପରିପୂର୍ଣ୍ଣ ଦେଶ, କିନ୍ତୁ ଏହା ନିଜର ସୁଦୃଢ଼ ସାଂସ୍କୃତିକ ପରମ୍ପରାରେ ବାନ୍ଧି ହୋଇ ରହିଛି । ଆମର ଅତୀତ ବିଷୟରେ କ୍ରମାଗତ ଭାବେ ନୂତନ ଆବିଷ୍କାର ଚାଲିଛି ଏବଂ ଇତିହାସ ସହିତ ଆହୁରି ନୂଆ କିଛି ଯୋଡି ହେବାରେ ଲାଗିଛି ଯାହା ଲୋକମାନଙ୍କ ସମ୍ମୁଖକୁ, ବିଶେଷକରି ଯୁବକମାନଙ୍କ ସାମ୍ନାକୁ ଆସିବା ଆବଶ୍ୟକ ବୋଲି ମନ୍ତ୍ରୀ ବୁଝାଇଥିଲେ । ସେ ପୁଣି କହିଛନ୍ତି ଯେ, ରାଷ୍ଟ୍ରୀୟ ସଂଗ୍ରହାଳୟର ଏଭଳି ମୁଦ୍ରଣ ଏ ଦିଗରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବ ।
ରାଷ୍ଟ୍ରୀୟ ସଂଗ୍ରହାଳୟର ମହାନିର୍ଦ୍ଦେଶକ ଡ଼କ୍ଟର ବି.ଆର ମଣି ତାଙ୍କ ବକ୍ତବ୍ୟରେ କହିଲେ ଯେ, ଏହି ଗବେଷଣା ବୁଲେଟିନ୍ ଏବେ ପୁଣି ଲୋକମାନଙ୍କ ମଧ୍ୟରେ ରାଷ୍ଟ୍ରୀୟ ସଂଗ୍ରହାଳୟର ମହତ୍ୱପୂର୍ଣ୍ଣ ଭୂମିକା ସଂପର୍କରେ ଆଲୋଚନା କରିବା ପାଇଁ ଆଗ୍ରହ ସୃଷ୍ଟି କରିବା ସହିତ ପ୍ରେରଣା ଯୋଗାଇବ ।
‘ରାଷ୍ଟ୍ରୀୟ ସଂଗ୍ରହାଳୟ ଗବେଷଣା ବୁଲେଟିନ ସଂଖ୍ୟା 10’: ଏକ ସ୍ୱତନ୍ତ୍ର ସଂଖ୍ୟା ଯେଉଁଥିରେ ଅନେକଗୁଡିଏ ଗବେଷଣାତ୍ମକ ପତ୍ର ସ୍ଥାନ ପାଇଛି ଯାହାର ସଂଗ୍ରହ ରାଷ୍ଟ୍ରୀୟ ସଂଗ୍ରହାଳୟ ସହିତ ଜଡିତ ପ୍ରଦର୍ଶନ ଏବଂ ଶିକ୍ଷା ଦିଗକୁ ସୂଚାଉଛି । ଏହି ଗବେଷଣା ବୁଲେଟିନରେ ଅନେକ ରଙ୍ଗୀନ ଫଟୋଚିତ୍ର ସନ୍ନିବେଶିତ କରାଯାଇଛି, ଯେଉଁଥିରୁ କେତେଗୁଡିଏ ରାଷ୍ଟ୍ରୀୟ ସଂଗ୍ରହାଳୟର ରିଜର୍ଭ(ବିଶେଷ) ସଂଗ୍ରହ ରହିଛି, ଯାହା ବହୁତ ପରିମାଣରେ ଦର୍ଶକଙ୍କୁ ଅକର୍ଷିତ କରିବ । ଏହି ଗବେଷଣା ବୁଲେଟିନ ଯାହାକି, ମହାନିର୍ଦ୍ଦେଶକ ଡ଼କ୍ଟର ବି.ଆର ମଣିଙ୍କ ମାର୍ଗ ଦର୍ଶନରେ ଦୀର୍ଘ 10 ବର୍ଷ ପରେ ପୁନଃ ମୁଦ୍ରଣ ବା ପୁନର୍ଜୀବନ ପାଇଛି, ସେ ମଧ୍ୟ ଏହି ବୁଲେଟିନର ସଂପାଦକୀୟ ମୁଖ୍ୟ ଅଛନ୍ତି ।
ହିନ୍ଦୀରେ ପ୍ରକାଶିତ ‘ସିନ୍ଧୁ ଘାଟି ସଭ୍ୟତା: ଏକ ପରିଚୟ’ ସିନ୍ଧୁ ନଦୀ (ଉପତ୍ୟକା) ସଭ୍ୟତା ସଂପର୍କରେ ଏକ ସଂକ୍ଷିପ୍ତ ପରିଚୟ, ଯାହା ରାଷ୍ଟ୍ରୀୟ ସଂଗ୍ରହାଳୟର ସର୍ବାଧିକ ବିକ୍ରି ହେଉଥିବା ପୁସ୍ତକ । ଡ଼କ୍ଟର ସଂଜୀବ କୁମାର ସିଂହ (ରାଷ୍ଟ୍ରୀୟ ସଂଗ୍ରହାଳୟର ମୁଦ୍ରଣ ବିଭାଗର ମୁଖ୍ୟ) ଓ ଡ଼କ୍ଟର ଗୁଞ୍ଜନ ଶ୍ରୀବାସ୍ତବ (ଏଏସଆଇର ପତ୍ନତତ୍ତ୍ଵବିତ ଉପ ଅଧିକ୍ଷକ) ଏବଂ ଶ୍ରୀ ରାଜେଶ କୁମାର (ରାଷ୍ଟ୍ରୀୟ ସଂଗ୍ରହାଳୟର ହିନ୍ଦୀ ଅନୁବାଦକ)ଏହି ପୁସ୍ତକର ସହ ଲେଖକ, ଏହି ପୁସ୍ତକ ସିନ୍ଧୁ ନଦୀ (ଉପତ୍ୟକା) ସଭ୍ୟତା ଉପରେ ବିଶେଷ ଆଲୋକପାତ କରିଛି । ଏହି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅଧିକାଂଶ ଲୋକ ଇଂରାଜୀ ଭାଷାରେ ସୀମିତ ରହୁଥିବାରୁ ଏହି ସଂସ୍କରଣ ବିଶେଷ କରି ଆଞ୍ଚଳିକ ପାଠକ ମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅବଦାନ ଭାବେ ସାବ୍ୟସ୍ତ ହେବ ।
ଏହି ଉଭୟ ପ୍ରକାଶନ ରାଷ୍ଟ୍ରୀୟ ସଂଗ୍ରହାଳୟର ସ୍ୱାଗତ କାଉଣ୍ଟରରେ ଉପଲବ୍ଧ ହେବ ଏବଂ ଛାତ୍ରଛାତ୍ରୀ, ବିଦ୍ୱାନ, କଳାକାର,ଐତିହାସିକ, ସଂଗ୍ରହାଳୟ ବୃତ୍ତିଧାରୀ ଏବଂ କଳାପ୍ରେମୀ ତଥା ଅନ୍ୟମାନଙ୍କ ପାଇଁ ବେଶ ଉପଯୋଗୀ ସାବ୍ୟସ୍ତ ହେବ ।
*************