Print
XClose
Press Information Bureau
Government of India
ସ୍ଵରାଷ୍ଟ୍ର ବ୍ୟାପାର ମନ୍ତ୍ରଣାଳୟ
19 NOV 2018 4:53PM by PIB Bhubaneswar
ପୁଲିସ ସଞ୍ଚାର ବ୍ୟବସ୍ଥା ମୁଖ୍ୟଙ୍କ ସର୍ବଭାରତୀୟ ସମ୍ମିଳନୀ ଉଦଘାଟନ କଲେ ମନୋଜ ସିହ୍ନା

ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ ହେଉଥିବା ପୁଲିସ ସଞ୍ଚାର ବ୍ୟବସ୍ଥାର ଆଧୁନିକୀକରଣ ଏବଂ ଆହ୍ୱାନଶୀର୍ଷକରେ ପୁଲିସ ସଞ୍ଚାର ବ୍ୟବସ୍ଥା ମୁଖ୍ୟଙ୍କ ସର୍ବଭାରତୀୟ ସମ୍ମିଳନୀକୁ କେନ୍ଦ୍ର ସଞ୍ଚାର ଓ ରେଳ ରାଷ୍ଟ୍ର (ସ୍ୱାଧୀନ) ମନ୍ତ୍ରୀ ଶ୍ରୀ ମନୋଜ ସିହ୍ନା ଉଦଘାଟନ କରିଛନ୍ତି । ଏହି ଅବସରରେ ଶ୍ରୀ ମନୋଜ ସିହ୍ନା ସମ୍ମିଳନୀ ଆୟୋଜନ କରିଥିବାରୁ ଡିରେକ୍ଟୋରେଟ ଅଫ କୋର୍ଡିନେସନ ପୁଲିସ ୱେରଲେସ୍ (DCPW)କୁ ସେ ଅଭିନନ୍ଦନ ଜଣାଇବା ସହ ଦେଶର ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ମଧ୍ୟରେ ଉପସ୍ଥିତ ଥିବାରୁ ଖୁସି ପ୍ରକାଶ କରିଥିଲେ । ପୁଲିସ ବିଭାଗରେ ସଫଳତାର ସହ ସଞ୍ଚାର ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବାରେ ନୋଡାଲ ଏଜେନ୍ସି ଭୂମିକା ନିଭାଉଥିବା ଡିସିପିଡବ୍ଲ୍ୟୁକୁ ସେ ପ୍ରଶଂସା କରିଥିଲେ । ସମସ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଅର୍ଦ୍ଧ ସାମରିକ ବଳଗୁଡ଼ିକୁ ଗୋଟିଏ ନେଟୱର୍କରେ ରଖିବାକୁ ଡିସିପିଡବ୍ଲ୍ୟୁ ଏକ ଜାତୀୟ ସ୍ତର ନେଟୱର୍କ ପରିଚାଳନା କରୁଥିବା ଜାଣି ସେ ସନ୍ତୋଷ ପ୍ରକାଶ କରିଥିଲେ ।

ଡିସିପିଡବ୍ଲ୍ୟୁ ନିର୍ଦ୍ଦେଶକ ଆନନ୍ଦ ସ୍ୱରୂପ ମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ସମ୍ମିଳନୀରେ ଉପସ୍ଥିତ ଥିବାରୁ ଅତିଥି ଓ ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଦୁଇ ଦିନିଆ ସମ୍ମିଳନୀର ଶୀର୍ଷକ ରହିଛି ପୁଲିସ ସଞ୍ଚାର ବ୍ୟବସ୍ଥାର ଆଧୁନିକୀକରଣ ଏବଂ ସୃଷ୍ଟି ହେଉଥିବା ଆହ୍ୱାନ। ସଞ୍ଚାର ବ୍ୟବସ୍ଥା ପରିଚାଳନା ଏବଂ ଏହାର ଆଧୁନିକୀକରଣ ଦିଗରେ ଥିବା ବିଭିନ୍ନ ସମସ୍ୟାର ପାଇଁ ସବୁ ପକ୍ଷଙ୍କୁ ଗୋଟିଏ ପ୍ଲାଟଫର୍ମରେ ଏକାଠି କରିବା ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ । ବ୍ୟବସାୟୀମାନଙ୍କୁ ମେକ୍ ଅପ୍ ଇଣ୍ଡିଆ ଏବଂ ଷ୍ଟାର୍ଟଅପ୍ ଦକ୍ଷତା ଓ ଅଭିଜ୍ଞତା ପ୍ରଦର୍ଶନ କରିବା ପାଇଁ ମଧ୍ୟ ଏହି ପ୍ଲାଟଫର୍ମ ସହାୟକ ହୋଇଛି ।

ଶ୍ରମ ଓ ନିଯୁକ୍ତି ରାଷ୍ଟ୍ର (ସ୍ୱାଧୀନ) ମନ୍ତ୍ରୀ ଶ୍ରୀ ସନ୍ତୋଷ ଗଙ୍ଗୱାର ଆସନ୍ତାକାଲି ଉଦଯାପନୀ ଦିବସରେ ସମ୍ମିଳନୀରେ ଉଦବୋଧନ ଦେବେ । ପୁଲିସ ସଞ୍ଚାର ବ୍ୟବସ୍ଥାରେ ଆଧୁନିକୀକରଣ ପ୍ରକ୍ରିୟା ତଥା ଅନ୍ୟାନ୍ୟ ବିଭାଗର ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଅଫିସରମାନଙ୍କୁ ମଧ୍ୟ ଏହି ଅବସରରେ ଟ୍ରଫି ଓ ପୁରସ୍କାର ପ୍ରଦାନ କରାଯିବ ।

 

***********